୧୦୦ କୋଟି କ୍ଲବରେ ‘ଗଙ୍ଗୁବାଇ କାଠିଆଓ୍ବାଡି’

ନିକଟରେ ରିଲିଜ ହୋଇଥିବା ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ ବକ୍ସ ଅଫିସ୍‌ରେ ସୁପର୍‌ହିଟ୍‌ ସାବ୍ୟସ୍ତ ହୋଇଛି। ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଫିଲ୍ମ ରିଲିଜ୍‌ର ୨ ସପ୍ତାହ ଭିତରେ ୧୦୦ କୋଟି ଟଙ୍କା ଆୟ କରିଛି। କରୋନା କାଳରେ ୪ର୍ଥ ଫିଲ୍ମ ଭାବେ ୧୦୦ କୋଟି କ୍ଲବରେ ସାମିଲ ହୋଇଛି। ଏହାପୂର୍ବରୁ ସୂର୍ଯ୍ୟବଂଶୀ, ପୁଷ୍ପା ଏବଂ ୮୩ ୧୦୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ବ୍ୟବସାୟ କରିଥିଲା। ନିର୍ଦ୍ଦେଶକ ସଞ୍ଜୟ ଲୀଳା ବଂଶାଲୀଙ୍କ ଏହି ଫିଲ୍ମରେ ଆଲିଆଙ୍କ ଅଭିନୟ ଦର୍ଶକଙ୍କ ହୃଦୟ ଜିତିଛି। ହିଟ୍‌ ହେବାର ଅନ୍ୟ ଏକ କାରଣ ହେଉଛି ‘ଗଙ୍ଗୁବାଇ କାଠିଆଓ୍ବାଡି’ ଅନ୍ୟ କୌଣସି ବଡ଼ ବଜେଟ୍‌ର ଫିଲ୍ମ ସହ ଟକ୍କର ନ ଥିଲା।

Share