ଝିଅ ହେବାର ଦୁଇ ମାସ ନ ପୁରୁଣୁ ଆଲିଆ କଲେଣି କଠିନ ଯୋଗ

ବମ୍ବେ: ବଲିଉଡ୍‌ ଡିଭା ଆଲିଆ ଭଟ୍ଟ କରୁଛନ୍ତି ପରିଶ୍ରମ। ସେ ବି ପୁଣିଥରେ ପୁରୁଣା ଚେହେରା ଫେରି ପାଇବାକୁ। କେତେବେଳେ ଜିମ୍‌ ତ କେତେବେଳେ ସେ ଯୋଗକୁ ପ୍ରାଧାନ୍ୟ ଦେଉଛନ୍ତି। ମା’ ହେବାର ଦେଢ଼ ମାସ ବିତିଥିବା ବେଳେ ଆଲିଆ ନିଜର ଫିଟ୍‌ନେସ ଉପରେ କାମ କରୁଛନ୍ତି। ନିକଟରେ ସେ ଇନଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋରେ ଏରିଏଲ ଯୋଗ କରୁଥିବା ଦେଖାଯାଉଛି। ଡେଲିଭରି ପରେ ତାଙ୍କୁ ଏଭଳି କଠିନ ଯୋଗ କରୁଥିବା ଦେଖି ପ୍ରଶଂସକ ଚକିତ ହୋଇଯାଇଛନ୍ତି।

ଫଟୋ ଶେୟାର କରି ଆଲିଆ ଲେଖିଛନ୍ତି, ‘ଡେଲିଭରିର ଦେଢ଼ ମାସ ପରେ ଧିରେ ଧିରେ ନିଜ ଆତ୍ମା ସହ ସମ୍ପର୍କ ସ୍ଥାପନ କରୁଛି। ଯୋଗ ଶିକ୍ଷକଙ୍କ ତତ୍ତ୍ୱାବଧାନରେ ଆଜି ମୁଁ ଏଭଳି କିଛି କରିଛି। ସବୁ ମା’ଙ୍କୁ କହିବି ଡେଲିଭରି ପରେ ନିଜ ଶରୀର କଥା ଶୁଣନ୍ତୁ। ଏମିତି କିଛି କରନ୍ତୁ ନାହିଁ, ଯାହାର ଅନୁମତି ଶରୀର ଦେଉ ନାହିଁ।’ତେବେ ଆଲିଆଙ୍କ ଟ୍ରେନର ମଧ୍ୟ ତାଙ୍କର ଯୋଗ ଭିଡିଓ ଶେୟାର କରିଛନ୍ତି।

କହିରଖୁଛୁ, ନଭେମ୍ବର ୬ରେ ମା’ ହୋଇଥିଲେ ଆଲିଆ। ପରେ ସେ ସୋସିଆଲ ମିଡିଆରେ ପୋଷ୍ଟ କରି ଝିଅଙ୍କ ନାମ(ରାହା) ଦେଇଥିବା କହିଥିଲେ।

Share