ହୃଦୟ ଜିତିଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଅଭିନୟ ସହ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି। ଏବେ ସେ ସେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ରକି ଔର ରାନୀ କି ପ୍ରେମ କାହାଣୀ’ର ପ୍ରମୋଶନରେ ବ୍ୟସ୍ତ ଅଛନ୍ତି। ଫିଲ୍ମ ପ୍ରମୋଶନ ମଧ୍ୟରୁ ସମୟ ବାହାର କରି ମା’ ସୋନି ରାଜଦାନ ଏବଂ ଭଉଣୀ ଶାହିନ ଭଟ୍ଟଙ୍କ ସହ ଡିନର କରିବାକୁ ଯାଇଥିଲେ। ସେ ରେଷ୍ଟୁରାଣ୍ଟ ବାହରକୁ ଆସିବା କ୍ଷଣି ତାଙ୍କ ଫଟୋଗ୍ରାଫର ମାନେ ଘେରି ରହିଥିଲେ। ଏହି ସମୟରେ ଜଣେ ଫଟୋଗ୍ରାଫରଙ୍କ ଚପଲ ପାଦରୁ ଖସିପଡିଥିଲା। ଆଲିଆ ଚପଲଟି ଦେଖିବା ମାତ୍ରେ କାହାର ବୋଲି ପଚାରି ଥିଲେ। ଫଟୋଗ୍ରାଫରଙ୍କ ଚପଲ ଜାଣିବା ପରେ ଆଲିଆ ନିଜ ହାତରେ ଚପଲ ଉଠାଇ ତାଙ୍କୁ ଦେଇଥିଲେ। ଏହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। କିଛି ଲୋକ ତାଙ୍କୁ ପ୍ରଶଂସା କରିଥିବାବେଳେ ଆଉ କିଛି ତାଙ୍କୁ ଟ୍ରୋଲ କରିଛନ୍ତି।
ଜୁଲାଇ ୨୮ରେ ‘ରକି ଔର ରାନୀ କି ପ୍ରେମ କାହାଣୀ’ ଫିଲ୍ମ ରିଲିଜ୍‌ ହେବ। ଏହି ଫିଲ୍ମରେ ସେ ପୁଣି ଥରେ ରଣବୀର ସିଂଙ୍କ ସହ ନଜର ଆସିବେ।

Share