ମୁମ୍ବାଇ: ଆଫେୟାର ଏବଂ ବ୍ରେକଅପ୍ ବଲିଉଡରେ କିଛି ନୂଆ କଥା ନୁହେଁ। ବହୁ ବର୍ଷ ଧରି ସମ୍ପର୍କ ଥିବା ସତ୍ତ୍ୱେ ଅନେକ ଷ୍ଟାର୍ ବିବାହ କରିପାରି ନାହାନ୍ତି। ସେମାନଙ୍କର ରାସ୍ତା ଅଲଗା ହୋଇଯାଇଛି। ରଣବୀର କପୁର ଏବଂ କ୍ୟାଟ୍ରିନା କୈଫ୍ ସେମାନଙ୍କ ମଧ୍ୟରୁ ଅନ୍ୟତମ। ତେବେ ଆଜି ଉଭୟ ନିଜ ଦାମ୍ପତ୍ୟ ଜୀବନରେ ଖୁସି ଅଛନ୍ତି। କୌତୂହଳର ବିଷୟ ରଣବୀରଙ୍କ ଏକ୍ସ-ଗର୍ଲଫ୍ରେଣ୍ଡ କ୍ୟାଟ୍ରିନାଙ୍କୁ ରଣବୀରଙ୍କ ସ୍ତ୍ରୀ ଆଲିଆ ଅନେକ ଥର ପ୍ରଶଂସା କରିଛନ୍ତି। ଆଲିଆ କ୍ୟାଟ୍ରିନାଙ୍କୁ ଅନେକ ଥର ତାଙ୍କର ସର୍ବୋତ୍ତମ ବନ୍ଧୁ ବୋଲି କହିଛନ୍ତି। ଖୁବ୍ଶୀଘ୍ର ଦୁହେଁ ଫିଲ ‘ଜି ଲେ ଜରା’ରେ ଏକାଠି କାମ କରିବାକୁ ଯାଉଛନ୍ତି। କିନ୍ତୁ ଆଲିଆ କ୍ୟାଟ୍ରିନାଙ୍କୁ ଅଣଦେଖା କରୁଥିବା ଦେଖିବାକୁ ମିଳିଥିଲା।
ଝିଅ ରାହାର ଜନ୍ମ ପରେ ରଣବୀର ଏବଂ ଆଲିଆ ଖୁସିରେ ସମୟ ବିତାଉଛନ୍ତି। ଏହା ସହିତ ସେ ତାଙ୍କ କାର୍ଯ୍ୟ ପ୍ରତି ମଧ୍ୟ ବହୁତ ଧ୍ୟାନ ଦେଉଛନ୍ତ। ଝିଅ ହେବା ପରେ ଆଲିଆ ପ୍ରଥମ ଥର ପାଇଁ ରଣବୀରଙ୍କ ସହ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଠାରେ ସେ ଟ୍ରୋଲର ଶିକାର ହୋଇଥିଲେ। ସେମାନେ ମୁମ୍ବାଇ ପ୍ରେସ କ୍ଲବରେ ପହଞ୍ଚିଥିଲେ। ଉଭୟ ଭିତରେ ଥିବା ଫଟୋ ଦେଖୁଥିଲେ। ଏହି ସମୟରେ କ୍ୟାଟ୍ରିନାଙ୍କ ଫଟୋକୁ ଅଣଦେଖା କରି ଦୁହେଁ ଆଗକୁ ବଢ଼ି ଚାଲିଯାଇଥିଲେ। ଯାହାକୁ ନେଇ ଲୋକେ ଟ୍ରୋଲ୍ କରିଛନ୍ତି।