ଭାରତୀୟ ନୁହେଁ ଆଲିଆ

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଏବେ ଖୁବ୍ ଚର୍ଚ୍ଚାରେ । ଗୋଟିଏ ପଟେ ତାଙ୍କ ଅଭିନିତ ଫିଲ୍ମ ‘ଆର୍‌ଆର୍‌ଆର୍‌’ ବକ୍ସ ଅଫିସରେ ଧମାଲ କରଉଥିବା ବେଳେ ଅନ୍ୟପଟେ ବହୁ ପ୍ରତିକ୍ଷା ପରେ ଏବେ ସେ ହାତକୁ ଦି ହାତ ହେବାକୁ ଯାଉଛନ୍ତି । ଅର୍ଥାତ୍ ଚଳିତ ମାସରେ ଅର୍ଥାତ୍ ଆସନ୍ତା ସପ୍ତାହରେ ଆଲିଆ କପୁର ପରିବାରର ବୋହୂ ହେବାକୁ ଯାଉଛନ୍ତି । କିଛିଦିନ ମଧ୍ୟରେ ସେ ରଣବୀର କପୁରଙ୍କ ଜୀବନସାଥୀ ପାଲଟିଯିବେ । ନିଜ ପରିଶ୍ରମ ଓ ସାଧାନା ବଳରେ ବଲିଉଡରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଲିଆ ଖୁବ୍ କମ ଦିନର କ୍ୟାରିୟର ମଧ୍ୟରେ ଦର୍ଶକଙ୍କୁ ଭେଟି ଦେଇଛନ୍ତି କିଛି ହିଟ୍ ମୁଭି । ଯେଉଁଥିପାଇଁ ସେ ଜଣେ ସଫଳ ଅଭିନେତ୍ରୀ ବୋଲି କୁହାଯାଏ । ତେବେ ଆଲିଆ ଭାରତୀୟ ନୁହେଁ । କିନ୍ତୁ ସେ ବିବାହ ପରେ ଭାରତୀୟ ହେବେ କି ନା ତାକୁ ନେଇ ଏବେ ପ୍ରଶ୍ନ ଉଙ୍କିମାରିଛି । କଥାହେଲା ଆଲିଆଙ୍କ ପାଖରେ ରହିଛି ବ୍ରିଟିଶ ନାଗରିକତା । ତେଣୁ ସେ ଭାରତରେ କେବେ ଭୋଟ ଦେଇପାରନ୍ତି ନାହିଁ । ବଲିଉଡ ଖିଲାଡି ବୟ ଅକ୍ଷୟ କୁମାର ଓ ନାୟିକା ଜ୍ୟାକଲିନଙ୍କ ପାଖରେ ବି ଭାରତୀୟ ନାଗରିକତା ନାହିଁ । ତେଣୁ ଏବେ କୁହାଯାଉଛି କି ଆଲିଆ ବୋଧହୁଏ ବିବାହ ପରେ ଭାରତୀୟ ନାଗରିକତା ନେଇପାରନ୍ତି । ସୂଚନଯୋଗ୍ୟ, କିଛିବର୍ଷ ପୂର୍ବେ ଆଲିଆଙ୍କ ପିତା ତଥା ବଲିଉଡର ନାମୀ ନିର୍ଦ୍ଦେଶକ ମହେଶ ଭଟ୍ଟ କହିଥିଲେ ଆଲିଆ ଭାରତୀୟ ନୁହେଁ । କାରଣ ତା’ପାଖରେ ରହିଛି ବ୍ରିଟିଶ ପାସପୋର୍ଟ ।
ମହେଶ ଭଟ୍ଟ କୁହନ୍ତି ଆଲିଆଙ୍କ ମାଆ ସୋନି ରାଜଦାନ ବ୍ରିଟିଶ ମୂଳ ବାସିନ୍ଦା । ଆଲିଆଙ୍କ ଜନ୍ମ ବର୍ମିହାମରେ ହୋଇଛି ତେଣୁ ସେବ୍ରିଟିଶ ନାଗରିକ । ସେଥିପାଇଁ ଆଲିଆ କେବେ ଭୋଟ ଦେଇ ପାରନ୍ତି ନାହଁ । ଅତିତରେ ଏକ ସାକ୍ଷାତ୍‌କାରରେ ଦୁଃଖ ପ୍ରକାଶ କରିକହିଥିଲେ  କି ସେ ତାଙ୍କ ମୂଲ୍ୟବାନ ଭୋଟଟିକୁ ଦେଇପାରୁନାହାନ୍ତି ।

Share