ସାଉଥ୍ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ନିର୍ଦ୍ଦେଶକ ଏସ୍ ଏସ୍ ରାଜମୌଲି ତାଙ୍କର ଆଗାମୀ ମଲ୍ଟିଷ୍ଟାର ସିନେମା ‘ଆର୍ଆର୍ଆର୍’କୁ ନେଇ ଖୁବ୍ ଚର୍ଚ୍ଚାରେ। ଏହି ଫିଲ୍ମରେ ତେଲୁଗୁ ଇଣ୍ଡଷ୍ଟ୍ରିର ୨ ସୁପରଷ୍ଟାର ଜୁନିୟର ଏନ୍ଟିଆର୍ ଏବଂ ରାମ ଚରଣ ତେଜାଙ୍କୁ ଏକତ୍ର ଦେଖିବାକୁ ମିଳିବ। ଗୋଟିଏ ସିନେମାରେ ଏହି ୨ ସୁପରଷ୍ଟାର କାମ କରିବା ଏହା ହେଉଛି ପ୍ରଥମ।
ଏଥିରେ ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ମୁଖ୍ୟ ଭୂମିକାରେ ନିଆଯାଇଥିଲା। ମାତ୍ର ଆଲିଆ ଅନ୍ୟ ଫିଲ୍ମରେ ବ୍ୟସ୍ତ ଥିବାରୁ ତାଙ୍କ ପାଖରେ ସମୟ ନ ଥିଲା। ତେଣୁ ତାଙ୍କ ସ୍ଥାନରେ ପ୍ରିୟଙ୍କା ଚୋପ୍ରାଙ୍କୁ ନେବା ପାଇଁ ରାଜମୌଲି ଚାହୁଁଛନ୍ତି। ତେଣୁ ଏଥିରେ ରାମ ଚରଣ ଏବଂ ପ୍ରିୟଙ୍କାଙ୍କୁ ରୋମାନ୍ସ କରିବାର ଦେଖିବାକୁ ମିଳିବ। ପୂର୍ବରୁ ଏହି ଯୋଡିକୁ ଫିଲ୍ମ ‘ଜଞ୍ଜିର’ରେ ଏକତ୍ର ଦେଖିବାକୁ ମିଳିଥିଲା। ଏଥିରେ ଅଜୟ ଦେବଗନ୍ଙ୍କୁ ମଧ୍ୟ ଏକ ସ୍ବତନ୍ତ୍ର ଭୂମିକାରେ ଦେଖିବାକୁ ମିଳିବ।