ନର୍ଭସ ଅଛନ୍ତି ଆଲିଆ

‘ଗଙ୍ଗୁବାଇ କାଠିଆଓ୍ବାଡି’ ଏବଂ ‘ଆରଆରଆର’ ଫିଲ୍ମ ସୁପରହିଟ୍‌ ସାବ୍ୟସ୍ତ ହେବା ପରେ ଆଲିଆ ଭଟ୍ଟ ଏବେ ତାଙ୍କର ପ୍ରଥମ ହଲିଉଡ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ସେ ଟିକେ ନର୍ଭସ ଅଛନ୍ତି। ସୋସିଆଲ ମିଡିଆରେ ଆଲିଆ ଏକ ପୋଷ୍ଟ ଶେୟାର କରି କହିଛନ୍ତି, ମୁଁ ମୋର ପ୍ରଥମ ହଲିଉଡ ଫିଲ୍ମର ଶୁଟିଂ ଆରମ୍ଭ କରିବାକୁ ଯାଉଛି। ମୁଁ ନିଜକୁ ଏକ ନୂଆ ଅଭିନେତ୍ରୀ ଭଳି ଅନୁଭବ କରୁଛି। ମୁଁ ବହୁତ ନର୍ଭସ ଅଛି। ମୋତେ ଶୁଭକାମନା ଦିଅନ୍ତୁ।
ନେଟଫ୍ଲିକ୍ସର ସ୍ପାଏ ଥ୍ରୀଲର ‘ହାର୍ଟ ଅଫ ଷ୍ଟୋନ’ରେ ଆଲିଆଙ୍କୁ ଦେଖିବାକୁ ମିଳିବ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଟମ ହର୍ପର। ଫିଲ୍ମରେ ଆଲିଆଙ୍କ ଲୁକ କ’ଣ ହେବ ତାହା ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ।
ଆଲିଆ ଭଟ୍ଟଙ୍କୁ ନିକଟରେ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ ଏବଂ ‘ଆରଆରଆର’ ଦେଖିବାକୁ ମିଳିଥିଲା। ଏହା ବ୍ୟତୀତ ତାଙ୍କ ପ୍ରଶଂସକମାନେ ରଣବୀର କପୁରଙ୍କ ସହ ତାଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ଅପେକ୍ଷା କରିଛନ୍ତି।

Share