ସୋସିଆଲ ମିଡିଆରେ କାମ ମାଗୁଛନ୍ତି କରିନା-ଆଲିଆ

ମୁମ୍ବାଇ: ବି ଟାଉନରେ କରିନା କପୁର ଓ ଆଲିଆ ଭଟ୍ଟଙ୍କ ଫ୍ରେଣ୍ଡସିପ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ହୁଏ। ଦୁହେଁ ଏକାଠି ସମୟ ବିତାଇବାକୁ ବହୁତ ଭଲ ପାଆନ୍ତି। ନିକଟରେ ଦୁହେଁ ଏକାଠି ନିଜର କିଛି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି। ତେବେ ଫଟୋ କ୍ୟାପସନରେ ଲେଖାଯାଇଛି, ଏହି ଫ୍ରେଣ୍ଡସିପ ଠାରୁ ଅଧିକ କଣ ହୋଇପାରେ। ଏଥସହ ଗୋଟିଏ ଫିଲ୍ମରେ ଦୁହିଁଙ୍କୁ ଅଫର୍‌ ଦେବାକୁ ସେ ନିଜର ଇଛା ଜଣାଇଛନ୍ତି।

ଫଟୋକୁ ଫ୍ୟାନ୍ସ ବହୁତ ପସନ୍ଦ କରିଛନ୍ତି। ଦୁହିଁଙ୍କୁ ଏକାଠି ଫିଲ୍ମରେ ଦେଖିବାକୁ ଚାହାଁନ୍ତି ବୋଲି ଫ୍ୟାନ୍ସ ବି କମେଣ୍ଟ କରିଛନ୍ତି।

Share