ମୁମ୍ବାଇ: ବିବାହର କିଛି ଦିନ ପରେ ବଲିଉଡ୍ର କ୍ୟୁଟେଷ୍ଟ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ନିଜ କାର୍ଯ୍ୟକୁ ଫେରିଛନ୍ତି। ନିକଟରେ ଆଲିଆ କର୍ତାରର ରାଜଧାନୀ ଦୋହାର ଏକ ଜ୍ୱେଲେରୀ ଏବଂ ଘଡି ପ୍ରଦର୍ଶନୀରେ ଯୋଗଦେଇଥିଲେ। ଦୋହା ଭ୍ରମଣ ସମୟର କିଛି ଫଟୋକୁ ଆଲିଆ ନିଜ ଇନ୍ଷ୍ଟାଗ୍ରାମରେ ଶେୟାର କରିଛନ୍ତି। ଯେଉଁଥିରେ ଅଭିନେତ୍ରୀ ଜଣଙ୍କ ବେଶ୍ ସୁନ୍ଦର ଦେଖାଯାଉଛନ୍ତି। ଏହି ପ୍ରଦର୍ଶନୀ ପାଇଁ ଆଲିଆ ଏକ ଧଳା ରଙ୍ଗର ପୋଷାକ ପିନ୍ଧିଥିଲେ। ଆଲିଆ ଧଳା ରଙ୍ଗର ଲମ୍ବା କୋଟ ସହ ଧଳା ରଙ୍ଗର ଟ୍ରାଉଜର ପିନ୍ଧିଛନ୍ତି। ଏତଦ୍ ବ୍ୟତୀତ ଧଳା ପୋଷାକ ସହିତ ଆଲିଆ ଗ୍ରୀନ୍ କଲରର ଜ୍ୱେଲେରୀ ପରିଧାନ କରିଥିଲେ। ଯାହା ତାଙ୍କୁ ରୟାଲ ଲୁକ୍ ଦେଇଥିଲା। କେବଳ ସେତିକି ନୁହେଁ, ଦୋହାକୁ ଯାଇ ଆଲିଆ ପୋହାକୁ ମଧ୍ୟ ଉପଭୋଗ କରିଥିବା ଦେଖିବାକୁ ମିଳିଛି। ଏହାର ଏକ ଫଟୋ ମଧ୍ୟ ଆଲିଆ ତାଙ୍କ ଇନଷ୍ଟାଗ୍ରାମରେ ଶେୟାର କରିଥିବା ନଜର ଆସିଛି।