ଡିସଚାର୍ଜ ହେଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ନିକଟରେ କନ୍ୟା ସନ୍ତାନର ମା’ ହୋଇଛନ୍ତି। ଝିଅ ଜନ୍ମର ୫ ଦିନ ପରେ ଆଲିଆ ଆଜି ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି। ଡିସଚାର୍ଜବେଳେ ସ୍ବାମୀ ରଣବୀର କପୁର ତାଙ୍କ ସହ ଥିଲେ। କପୁର ଏବଂ ଭଟ୍ଟ ପରିବାର ଏକତ୍ର ଛୋଟ ରାଜକୁମାରୀଙ୍କୁ ସ୍ବାଗତ କରିଛନ୍ତି। ଝିଅ ଜନ୍ମପରେ ପିତା ରଣବୀର କପୁର ମଧ୍ୟ ବେଶ୍‌ ଖୁସି ଅଛନ୍ତି। ଆଲିଆ ଗର୍ଭବତୀ ଥିବାବେଳେ ରଣବୀର ଝିଅ ଚାହୁଁଥିବା ଖୋଲାଖୋଲି ଭାବେ ସ୍ବୀକାର କରିଥିଲେ। ଏବେ ତାଙ୍କର ଇଚ୍ଛା ମଧ୍ୟ ପୂରଣ ହୋଇଛି। କିନ୍ତୁ ପିତା ରଣବୀର ପ୍ରଥମ ଥର ପାଇଁ ତାଙ୍କ ରାଜକୁମାରୀଙ୍କୁ ନିଜ କୋଳରେ ଧରିବା ମାତ୍ରେ ଖୁସିରେ କାନ୍ଦିଥିଲେ। ତାଙ୍କ ଆଖିରୁ ଲୁହ ଥମି ନ ଥିଲା। ରଣବୀର କାନ୍ଦୁଥିବା ଦେଖି ସମସ୍ତେ ଆଖିରେ ଲୁହ ଆସିଗଲେ।
ଗତ ନଭେମ୍ବର ୬ରେ ଆଲିଆ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଝିଅ ଜନ୍ମ ଦେଇଥିଲେ। ରଣବୀର ଆଲିଆ ତାଙ୍କ ଇନଷ୍ଟାଗ୍ରାମରେ ତାଙ୍କ ରାଜକୁମାରୀଙ୍କ ଆଗମନ ବିଷୟରେ ଘୋଷଣା କରିଥିଲେ।
ରଣବୀର ଏବଂ ଆଲିଆ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ସେଟରେ ପରସ୍ପର ପ୍ରେମରେ ପଡିଥିଲେ। ଦୁହେଁ ବିବାହ ପୂର୍ବରୁ ତିନି ବର୍ଷ ପାଇଁ ଡେଟ କରିଥିଲେ। ଉଭୟ ଚଳିତ ବର୍ଷ ଏପ୍ରିଲରେ ବିବାହ କରିଥିଲେ।
ଆଲିଆଙ୍କ ପାଖରେ କରଣ ଜୋହରଙ୍କ ନିର୍ଦ୍ଦେଶିତ ଏକ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାଣୀ’ ଅଛି। ଏହାସହ ସେ ହଲିଉଡ ଫିଲ୍ମ ‘ହାର୍ଟ ଅଫ ଷ୍ଟୋନ’ରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି।୍‌

Share