ବର୍ଲିନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଗଙ୍ଗୁବାଇ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଅପକମିଂ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ର ଓ୍ବାର୍ଲଡ ପ୍ରିମିୟର ୭୨ତମ ବର୍ଲିନ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ହେବାକୁ ଯାଉଛି । ‘ଗଙ୍ଗୁବାଇ କାଠିଆଓ୍ବାଡି’ର ଏହି ଫେଷ୍ଟିଭାଲରେ ସ୍ପେଶାଲ ସ୍କ୍ରିନିଂ ପାଇଁ ନୋମିନେଟ କରାଯାଇଛି । ମହାମାରୀ ସମୟରେ ଯେଉଁ ଫିଲ୍ମଗୁଡିକର ଶୁଟିଂ ହୋଇଥିଲା ଏହି ସେଗମେଣ୍ଟରେ ଅର୍ଗାନାଇଜର୍ସ ସେହି ଫିଲ୍ମ ଗୁଡିକର ସ୍କ୍ରିନିଂରେ ପ୍ରଦର୍ଶନ କରିବେ। ଆଲିଆ ତାଙ୍କ ଭଉଣୀ ଶାହିନ ଭଟ୍ଟଙ୍କ ସହ ଫିଲ୍ମ ଫେଷ୍ଟିଭାଲରେ ଅଂଶଗ୍ରହଣ କରିବା ପାଇଁ ମୁମ୍ବାଇରୁ ବାହାରି ସାରିଲେଣି । ବିଳମ୍ବିତ ରାତିରେ ଉଭୟଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା। ଆଲିଆଙ୍କର ପରଫେକ୍ଟ ଏୟାରପୋର୍ଟ ଲୁକ ଫ୍ୟାନ୍ସଙ୍କୁ ବେଶ୍‌ ଆକର୍ଷିତ କରିଛି । ଆଲିଆ ଏହି ସମୟରେ ଧଳା ପୋଷାକରେ ନଜର ଆସିଥିଲେ । ନିର୍ଦ୍ଦେଶକ ସଞ୍ଜୟଲୀଲା ଭନସାଲୀଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ ବର୍ଲିନ ଫିଲ୍ମ ଫେଷ୍ଟିଭାଲରେ ସ୍ପେଶାଲ ସ୍କ୍ରିନିଂ କରାଯିବ । ‘ଗଙ୍ଗୁବାଇ କାଠିଆଓ୍ବାଡି’ ଫେବୃୟାରୀ ୨୫ରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଯାଉଛି । ଫିଲ୍ମରେ ଆଲିଆଙ୍କ ସହ ଅଜୟ ଦେବଗନ ନଜର ଆସିବେ ।

Share