ଆକ୍ସନ କୁଇନ୍‌ ହେବେ ଆଲିଆ ! ଓ୍ବାଇଆର୍‌ଏଫ୍‌ର…

ବମ୍ବେ: ଖୁବ୍‌ଶୀଘ୍ର ବଲିଉଡ୍‌ର ସବୁଠୁ ବଡ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶନା କମ୍ପାନୀ ଓ୍ବାଇଆର୍‌ଏଫ୍‌ ଏକ ନୂଆ ପ୍ରୋଜେକ୍ଟ ଉପରେ କାମ କରିବାକୁ ଯାଉଛି। ଉକ୍ତ ଫିଲ୍ମଟି ନାରୀକୈନ୍ଦ୍ରିକ ହେବ, ଯେଉଁଥିରେ ଚୁଲବୁଲି ଅଭିନେତ୍ରୀ ଆଲିଆ ଭଟ୍ଟ ନଜର ଆସିବେ। ଏହାପରେ ଆଲିଆଙ୍କ ନାମ ଓ୍ବାଇଆର୍‌ଏଫ୍‌ର ଆକ୍ସନ ଷ୍ଟାର ଶାହାରୁଖ ଖାଁ, ସଲମାନ ଖାଁ ଏବଂ ହ୍ରିତିକ ରୋଶନଙ୍କ ତାଲିକାରେ ଯୋଡ଼ି ହେବ।

କୁହାଯାଉଛି ଯେ ଆଦିତ୍ୟ ଚୋପ୍ରା ଖୁବ୍‌ଶୀଘ୍ର ଏକ ନାରୀକୈନ୍ଦ୍ରିକ ଆକ୍ସନ ସ୍ପାଇ ଚଳଚ୍ଚିତ୍ର ନିର୍ମାଣ କରିବେ। ଏଥିଲାଗି ଆଲିଆଙ୍କୁ ଆପ୍ରୋଚ କରାଯାଇଛି। ସେ ହଁ ଭରିବା ନିଶ୍ଚିତ ବୋଲି ଚର୍ଚ୍ଚା ହେଉଛି। ଯଦି ତାହା ହୁଏ ତେବେ ବଡ଼ ପରଦାରେ ହିରୋଙ୍କ ଭଳି ଆକ୍ସନ କରୁଥିବା ନଜର ଆସିବେ ଆଲିଆ। ତେବେ ଫିଲ୍ମର ଶୁଟିଂ ଶେଷ ହେବା ପରେ ତାହା ଆସନ୍ତା ବର୍ଷ ରିଲିଜ ହେବ।

ଆଲିଆଙ୍କ ପୂର୍ବରୁ ଦୀପିକା ପାଦ୍ୟୁକୋନ, କଟ୍ରିନା କୈଫ ଏବଂ କଙ୍ଗନା ରାଣାଓ୍ବତ ପ୍ରମୁଖ ଫିଲ୍ମରେ ଆକ୍ସନ କରିଛନ୍ତି। ଏଣୁ ଆଲିଆ କିଭଳି ଏହି ଚରିତ୍ରକୁ ଚିତ୍ରଣ କରିବେ ତାହା ଉପରେ ସମସ୍ତଙ୍କ ନଜର ରହିବ।

Share