ଭିନ୍ନ ଅନ୍ଦାଜରେ ଆଲିଆ ରଣବୀରଙ୍କୁ ଶୁଭେଚ୍ଛା ଜଣାଇଲା ଅମୁଲ

ମୁମ୍ବାଇ: ରବିବାର ଆଲିଆ ଭଟ୍ଟ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାପରେ ସାରା ଦେଶରୁ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି । ଏହି କ୍ରମରେ ଅମୁଲ ବି ସ୍ପେଶାଲ ଅନ୍ଦାଜରେ ଏହି ବଲିଉଡ କପୁଲଙ୍କୁ ଶୁଭେଚ୍ଛା ଜଣାଇଛି । ଅମୁଲ ଇନଷ୍ଟାଗ୍ରାମରେ ଏକ ପୋଷ୍ଟର ଶେୟାର କରିଛି । ଫଟୋରେ ଏକ ଆନିମେଟେଡ ଡୁଡଲ ଦେଖିବାକୁ ମିଳିଛି, ଯେଉଁଥିରେ ଆଲିଆ ଓ ରଣବୀର ହସ୍ପିଟାଲ ବେଡରେ ବସିଥିବାର ଦେଖାଯାଇଛି । ଆଲିଆ ଶିଶୁକୁ ହାତରେ ଧରିଛନ୍ତି । ଫଟୋର ଉପର ଭାଗରେ ଆଲିଆ ଭେଟ୍ଟି ଲେଖାଯାଇଛି । ତଳ ପଟରେ ଅମୁଲ ଅଟର୍ଲି ଡାଟିର୍ଲି ଡିଲିସିୟସ ଲେଖି ଫଟୋକୁ କମ୍ପ୍ଲିଟ କରାଯାଇଛି । ପ୍ରଶଂସକମାନେ ଏହି ଫଟୋକୁ ଦେଖି ଖୁବ୍ କମେଣ୍ଟ କରୁଛନ୍ତି । କେତେଜଣ ୟୁଜର୍ସ ହାର୍ଟ ଇମୋଜି ସହ ରିଆକ୍ଟ କରିଥିବା ଦେଖାଯାଇଛି । ଜଣେ ୟୁଜର ଲେଖିଛନ୍ତି କ୍ୟୁଟ, ଅନ୍ୟଜଣେ କମେଣ୍ଟରେ ଲେଖିଛନ୍ତି, ଇଣ୍ଟରନେଟରେ ଆଜିର କ୍ୟୁଟେଷ୍ଟ ଫଟୋ ।
ଅନେକ ପ୍ରଶଂସକ ଆଲିଆ-ରଣବୀରଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସୂଚନାଯୋଗ୍ୟ, ରବିବାର ସକାଳ ପ୍ରାୟ ୭ଟା ୩୦ରେ ଆଲିଆ ଡେଲିଭରି ପାଇଁ ମୁମ୍ବାଇର ଏଚ ଏନ ରିଲାଏନ୍ସ ହସ୍ପିଟାଲରେ ପହଞ୍ଚିଥିଲେ । ଆଉ ଦିନ ୧୨ଟା ପାଖିପାଖି ଆଲିଆଙ୍କ କୋଳକୁ ଆସିଥିଲା ଏକ କନ୍ୟା ସନ୍ତାନ । ଏହାପରେ କପୁର ପରିବାର ଓ ଭଟ୍ଟ ପରିବାରରେ ଖୁସିର ଲହରି ଖେଳି ଯାଇଥିଲା ।

Share