ଟ୍ରୋଲ ହେଉଛନ୍ତି ଆଲିଆ-ରଣବୀର

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ ଓ ତାଙ୍କ ବୟଫ୍ରେଣ୍ଡ ତଥା ଅଭିନେତା ରଣବୀର କପୁରଙ୍କୁ ସୋସିଆଲ ମିଡିଆରେ ପ୍ରବଳ ଟ୍ରୋଲ କରାଯାଉଛି। ଏହାର କାରଣ କ’ଣ ଜାଣିଛନ୍ତି। ଏହି ଲବ ବାଡର୍‌ସ ଛୁଟି ବିତାଇବା ପାଇଁ ସୋମବାର ପହଞ୍ଚିଛନ୍ତି ମାଳଦ୍ୱୀପରେ। ଦେଶରେ କରୋନାର ଦ୍ୱିତୀୟ ଲହରରେ ଦିନକୁ ହଜାର ହଜାର ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହେଉଛି। ଏଭଳି ପରିସ୍ଥିତିରେ ଆଲିଆ-ରଣବୀର ଛୁଟି କାଟିବା ପାଇଁ ମାଳଦ୍ୱୀପ ଯାଉଛନ୍ତି। ଏହାକୁ ହଜମ କରି ପାରୁ ନାହାନ୍ତି ସେମାନଙ୍କ ପ୍ରଶଂସକ ଓ ସୋସିଆଲ ମିଡିଆ ୟୁଜର୍ସ।

ଜଣେ ୟୁଜର ଲେଖିଛନ୍ତି, କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବୃଦ୍ଧି ପାଉଛି। ଏଥି ପାଇଁ ଆଲିଆ ଓ ରଣବୀରଙ୍କ ଭଳି କିଛି ଲୋକ ସାଧାରଣ ଲୋକଙ୍କୁ ଦୋଷ ଦେବେ। ସେମାନେ ମାଳଦ୍ୱୀପ ଯାଉଛନ୍ତି। ଅନ୍ୟଙ୍କୁ ଘରେ ରହିବାକୁ ପରାମର୍ଶ ଦେବେ। ଆଉ ଜଣେ ୟୁଜର ଲେଖିଛନ୍ତି, ଆମେ ଏବେ ମହାମାରୀ ଦେଇ ଗତି କରୁଛୁ। ଦେଶରେ ଲୋକମାନେ ମରୁଛନ୍ତି। କିନ୍ତୁ ଏମାନଙ୍କୁ ଟିକେ ଲାଜ ନାହିଁ।

Share