‘ବେବିମୁନ’ ଉପଭୋଗ କରୁଛନ୍ତି ଆଲିଆ

ବି ଟାଉନ୍‌ରେ ରଣବୀର କପୁର ଏବଂ ଆଲିଆ ଭଟ୍ଟ ପାଓ୍ବାରଫୁଲ ଯୋଡି ଭାବେ ଜଣାଶୁଣା। ଖୁବ ଶୀଘ୍ର ଉଭୟ ନିଜର ପ୍ରଥମ ସନ୍ତାନକୁ ଏହି ଦୁନିଆକୁ ସ୍ବାଗତ କରିବାକୁ ଯାଉଛନ୍ତି। ଏନେଇ ଦୁହେଁ ବେଶ ଖୁସି ଅଛନ୍ତି। ଏବେ ‘ରାଲିଆ’ ବେବିମୁନ ପାଇଁ ଇଟାଲୀରେ ପହଞ୍ଚିଛନ୍ତି। ଏଠାରେ ଆଲିଆ ଭଟ୍ଟ ତାଙ୍କ ଗର୍ଭଧାରଣ ପର୍ଯ୍ୟାୟ ଉପଭୋଗ କରୁଛନ୍ତି। ସେଠାରୁ ଆଲିଆ ଇନ୍‌ଷ୍ଟାଗ୍ରାମରେ ଏକ ଭିଡିଓ ଶେୟାର କରିଛନ୍ତି। ଭିଡିଓରେ ରଣବୀର ନିଜ ଆଗାମୀ ଫିଲ୍ମ ବ୍ରହ୍ମାସ୍ତ୍ରର ‘ଦେବା ଦେବା’ ଗୀତର ତାଳେ ତାଳେ ଆକ୍ସନ କରୁଥିବାର ନଜର ଆସିଛନ୍ତି। ରଣବୀରଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି। ଭିଡିଓ ଶେୟାର କରି ଆଲିଆ ଲେଖିଛନ୍ତି, ‘ଦ ଲାଇଟ୍‌ ଅଫ୍‌ ମାଇ ଲାଇଫ୍‌’।
ଆଗକୁ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ଏକାଠି ନଜର ଆସିବେ। ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ପ୍ରେକ୍ଷାଳୟକୁ ଆସିବ। ବ୍ରହ୍ମାସ୍ତ୍ର ଚଳଚ୍ଚିତ୍ରର ଟ୍ରେଲର ମଧ୍ୟ ରିଲିଜ ହୋଇଛି। ଏହାକୁ ଲୋକମାନେ ବହୁତ ପସନ୍ଦ କରିଛନ୍ତି।

Share