ବେବି ମୁନରେ ବାହାରିଲେ ଆଲିଆ-ରଣବୀର!

ମୁମ୍ବାଇ: ବିଟାଉନର ସୁପରହିଟ ଯୋଡି ଆଲିଆ ଭଟ୍ଟ ଓ ରଣବୀର କପୁର ଏବେ ଖୁବ୍ ଚର୍ଚ୍ଚାରେ । ପର୍ସନାଲ ହେଉ ଅବା ପ୍ରଫେସନାଲ ଉଭୟକୁ ନେଇ ଏହି କପୁଲ ରହୁଛନ୍ତି ଚର୍ଚ୍ଚାରେ । ଉଭୟ ଏବେ ସେମାନଙ୍କ ଅପକମିଂ ଫିଲ୍ମ ‘ବ୍ରହ୍ମାସ୍ତ୍ର’ର ପ୍ରମୋଶନ ଆରମ୍ଭ କରି ଦେଇଛନ୍ତି । କିଛିଦିନ ତଳେ ଫିଲ୍ମର ପ୍ରଥମ ଟ୍ରାକ୍ ‘କେସରିୟା’ ରିଲିଜ୍ ହୋଇଥିଲା । ଆଉ ଦର୍ଶକେ ଏହାକୁ ଖୁବ୍ ପସନ୍ଦ ବି କରିଛନ୍ତି ।
ଏସବୁ ଭିତରେ କିଛି ସମୟ ପୂର୍ବରୁ ମେକର୍ସ ‘ଦେବା ଦେବା’ ଗୀତର ଟିଜର ବି ଜାରି କରିଛନ୍ତି । ସମ୍ପୂର୍ଣ୍ଣ ଗୀତଟି ସୋମବାର ଅର୍ଥାତ୍ ୮ ଅଗଷ୍ଟରେ ରିଲିଜ୍ ହେବ ବୋଲି ଘୋଷଣା କରାଯାଇଛି । ଶନିବାର ଏହି କପୁଲ ସହରରେ ଫିଲ୍ମର ପ୍ରମୋଶନ କରୁଥିବା ଦେଖାଯାଇଥିଲା । ଇତିମଧ୍ୟରେ ଆଲିଆ-ରଣବୀରଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି ଯାହା ଚର୍ଚ୍ଚାର ବିଷୟ ପାଲଟି ଯାଇଛି । ସୋସିଆଲ ମିଡିଆରେ ଭିଡିଓଟି ଭାଇରାଲ ହେଉଛି । ପାପରାଜି ଭିରଲ ଭୟାନି ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଆଉ ଏକ ସ୍ପଟେଡ ଭିଡିଓ ଶେୟାର କରିଛନ୍ତି । ଯେଉଁଥିରେ କପୁଲଙ୍କୁ ଏକାଠି ମୁମ୍ବାଇ ଏୟାରପୋର୍ଟରେ ଦେଖିବାକୁ ମିଳିଥିଲା । ଲଭୟ କାଜୁଆଲ ଥିଲେ । ଏମାନଙ୍କୁ ଏୟାରପୋର୍ଟରେ ସ୍ପଟ କରାଯିବା ପରେ ଏବେ ଆଲୋଚନା ହେଉଛି କି ଆଲିଆ–ରଣବୀର ଏବେ ଏକାଠି ଅଧିକାଂଶ ସମୟ କାଟୁଥିବା ବେଳେ ଏବେ ଏମାନେ ବେବି ମୁନରେ ବୋଧହୁଏ ବାହାରିଛନ୍ତି । ହେଲେ ଏଡି କଥାର ସତ୍ୟତା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

Share