ବିବାହ ଚାଲିଥିବାବେଳେ ହଠାତ୍‌ କାନ୍ଦିଲେ ଆଲିଆ

ଶେଷରେ ହାତକୁ ଦି’ ହାତ ହୋଇଛନ୍ତି ରଣବୀର କପୁର ଏବଂ ଆଲିଆ ଭଟ୍ଟ। ହିନ୍ଦୁ ରୀତିନୀତି ସହ ଉଭୟଙ୍କ ବିବାହ ସମ୍ପନ୍ନ ହୋଇଛି। ଏପ୍ରିଲ ୧୩ରୁ ଦୁହିଁଙ୍କ ବିବାହ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ମେହେନ୍ଦି ପରେ ହଳଦୀ ଓ ବାହାଘର ହୋଇଛି। ଏହି ଗ୍ରାଣ୍ଡ ବିବାହରେ ଭଟ୍ଟ ଓ କପୁର ପରିବାରର ସମସ୍ତ ସଦସ୍ୟ ସାମିଲ ହୋଇଥିଲେ। ଆଲିଆଙ୍କ ଅଜା ହ୍ବିଲ୍‌ଚେୟାର୍‌ରେ ବସି ନାତୁଣୀ ବିବାହରେ ଯୋଗ ଦେଇଥିଲେ। ତାଙ୍କୁ ଦେଖି ହଠାତ୍‌ ଆଲିଆ କାନ୍ଦି ପକାଇଥିଲେ। ତାଙ୍କ ଅଜା ଇନସୋମାନିଆ ନାମକ ଏକ ରୋଗରେ ପୀଡିତ ଅଛନ୍ତି। ଏହାସତ୍ତ୍ୱେ ନାତୁଣୀ ବାହାଘର ଦେଖିବାକୁ ସେ ବେଶ୍‌ ଉତ୍ସାହିତ ଥିଲେ।
ଆଲିଆ ଓ ରଣବୀରଙ୍କ କିଛି ଖାସ ବନ୍ଧୁ ମଧ୍ୟରେ ବିବାହରେ ଯୋଗ ଦେଇଥିଲେ। ରଣବୀର ଏବଂ ଆଲିଆଙ୍କ ବିବାହରେ ଅଭିନନ୍ଦନ ଜଣାଇବା ନିର୍ଦ୍ଦେଶକ କରଣ ଜୋହର ମଧ୍ୟ ଯାଇଥିଲେ। କରଣ ଆଲିଆଙ୍କୁ ନିଜ ଝିଅ ଆଖ୍ୟା ଦେଇଛନ୍ତି। ମେହେନ୍ଦି ସମାରୋହରେ ଆଲିଆଙ୍କୁ ଦେଖି ଭାବପ୍ରବଣ ହୋଇପଡିଥିଲେ କରଣ। ଆଲିଆଙ୍କ ହାତରେ ପ୍ରଥମ ମେହେନ୍ଦୀ ସେ ଲଗାଇଥିଲେ। ବିବାହ ପରେ ଉଭୟ ରଣବୀର ଏବଂ ଆଲିଆ ସୋସିଆଲ ମିଡିଆରେ ଫଟୋ ଶେୟାର କରି ବିବାହକୁ ସାର୍ବଜନୀନ କରିଥିଲେ।

Share