ଏପ୍ରିଲ୧୫ କି ୧୬ ନୁହେଁ, ଏହି ଦିନ ପଡ଼ିବ ହାତଗଣ୍ଠି

ବମ୍ବେ: ବଲିଉଡର ଅନ୍ୟତମ ଚର୍ଚ୍ଚିତ ଲଭ୍‌ବାର୍ଡ ଆଲିଆ ଭଟ୍ଟ ଏବଂ ରଣବୀର କପୁରଙ୍କ ବିବାହକୁ ନେଇ ବି-ଟାଉନ୍‌ରେ ଚର୍ଚ୍ଚା ବଢ଼ିବାରେ ଲାଗିଛି। ପୂର୍ବରୁ ବିବାହକୁ ନେଇ ଏକାଧିକ ତାରିଖ ସାମ୍ନାକୁ ଆସିଥିଲା। ହେଲେ ଏବେ ଏପ୍ରିଲ ୧୪ରେ ଉଭୟ ବିବାହ କରିବାକୁ ଯାଉଥିବା ସ୍ପଷ୍ଟ ହୋଇଛି।

୧୩ ତାରିଖରେ ମେହେନ୍ଦି ଏବଂ ୧୪ରେ ବିବାହ ହେବ। ଚାରିଦିନ ନୁହେଁ ବରଂ ୨ ଦିନ ଧରି ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି ଆଲିଆଙ୍କ ଦାଦା କହିଛନ୍ତି। ଏହି ଖବର ଆସିବା ପରେ ଉଭୟ କଳାକାରଙ୍କ ପ୍ରଶଂସକ ମହଲରେ ଖୁସିର ବାତାବରଣ ଖେଳିଯାଇଛି।

Share