ମାଆ ହେବା ପରେ ଖୁସି ଜାହିର କରି ପ୍ରଥମ ପୋଷ୍ଟ କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ମାତାପିତା ହୋଇଯାଇଛନ୍ତି । ତାଙ୍କ ଘରକୁ ଆସିଛି ଗୁଡ ନ୍ୟୁଜ । ଆଲିଆ ରବିବାର ସକାଳେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଏହାପରେ ସେ ତାଙ୍କ ଖୁସି ଜାହିର କରି ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ଶେୟାର କରି ଏହି ସୂଚନା ଦେଇଛନ୍ତି । ଇନଷ୍ଟା ପୋଷ୍ଟରେ ଆଲିଆ ଲେଖିଛନ୍ତି, ଆମର ବେବି ଆସିଯାଇଛି ଓ ସେ କେତେ ମ୍ୟାଜିକାଲ ଗର୍ଲ, ଏବେ ଆମେ ବହୁତ ଖୁସି । ପ୍ୟାରେଣ୍ଟସ୍ ହେବା ପରେ ଆମେ ଖୁବ୍ ଏକ୍ସାଇଟେଡ ଅଛୁ । ଆଲିଆ ଓ ରଣବୀରଙ୍କ ପକ୍ଷରୁ ବହୁତ ସାରା ଭଲପାଇବା ।

ସୂଚନାଯୋଗ୍ୟ, ଆଲିଆ ରବିବାର ସକାଳ ପ୍ରାୟ ୮ଟା ୨୦ରେ ମୁମ୍ବାଇର ଏଚ.ଏନ. ରିଲାଏନ୍ସ ହସ୍ପିଟାଲରେ ଆଡମିଟ ହୋଇଥିଲେ । ଅଭିନେତ୍ରୀ ଦିନ ୧୨ଟା ୫ ମିନିଟରେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଥିଲେ । ସେ ସମୟରେ ଆଲିଆଙ୍କ ସ୍ୱାମୀ ରଣବୀର କପୁର, ମାଆ ସୋନି ରାଜଦାନ ଓ ଶାଶୁ ନିତୁ କପୁର ହସ୍ପିଟାଲରେ ଉପସ୍ଥିତ ଥିଲେ । ଆଉ ଏହି ଖୁସି ଖବର ପାଇବା ପରେ ସମସ୍ତେ ଏକ୍ସାଇଟେଡ ହୋଇଯାଇଥିଲେ । ନିତୁ କପୁର ଇନଷ୍ଟାଗ୍ରାମରେ ତାଙ୍କ ଖୁସି ପ୍ରକାଶ କରି ଏକ ପୋଷ୍ଟ ଶେୟାର କରିଛନ୍ତି । ସେଥିରେ ଲେଖିଛନ୍ତି ଆଶୀର୍ବାଦ । ଏହାସହ ନିତୁ ଏକ ହାର୍ଟ ଇମୋଜି ବି ଶେୟାର କରିଛନ୍ତି ।
ଆଲିଆ ମା’ ହେବା ପରେ ତାଙ୍କ ଫ୍ୟାନ୍ସ ଖୁବ୍ ଏକ୍ସାଇଡେଟ ହୋଇଯାଇଛନ୍ତି । ସୋସିଆଲ ମିଡିଆରେ ଆଲିଆ ଭଟ୍ଟଙ୍କ ନାଁ ଟ୍ରେଣ୍ଡ କରୁଛି । ଫ୍ୟାନ୍ସ ଲଗାତାର ପୋଷ୍ଟ କରି ଚାଲିଛନ୍ତି । ଏହାସହ ଆଲିଆ ଓ ରଣବୀରଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।
ସୂଚନାଯୋଗ୍ୟ, ଚଳିତବର୍ଷ ଏପ୍ରିଲ ୨୦୨୨ରେ ଏମାନେ ବିବାହ କରିଥିଲେ । ଏମାନଙ୍କ ବିବାହ ଖୁବ୍ ଚର୍ଚ୍ଚାରେ ଥିଲା । ବିବାହ ଏକ ପ୍ରାଇଭେଟ ସେରିମନିରେ ଶେଷ ହୋଇଥିଲା । କେବଳ ଫ୍ୟାମିଲି ମେମ୍ବର୍ସ ଓ ନିକଟ ସମ୍ପର୍କିୟ ଏଥିରେ ଯୋଗ ଦେଇଥିଲେ । ବିବାହର ଫଟୋ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ବିବାହର କିଛିମାସ ମଧ୍ୟରେ ଆଲିଆ ଗୁଡ ନ୍ୟୁଜ ଦେଇଥିଲେ । ଏବେ ଏହି କପୁଲ ପ୍ୟାରେଣ୍ଟସ୍ ହୋଇଯାଇଛନ୍ତି ।

Share