ବଲିଉଡ୍ ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ କୋଣ ଅନୁକୋଣରେ ଆଲୋଚନା ହେଉଛି। ଏପ୍ରିଲରେ ଦୁହେଁ ବିବାହ ବନ୍ଧନରେ ବାନ୍ଧି ହେବକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ତେବେ ରଣବୀର ତାଙ୍କ ବିବାହ ପୂର୍ବରୁ ଏକ ଗ୍ରାଣ୍ଡ୍ ବ୍ୟାଚେଲର ପାର୍ଟିର ଆୟୋଜନ କରିବାକୁ ଯାଉଛନ୍ତି। କୁହାଯାଉଛି କି, ସେହି ବ୍ୟାଚ୍ଲର ପାର୍ଟିରେ ତାଙ୍କର କିଛି ଘନିଷ୍ଠ ବନ୍ଧୁ ଏବଂ ପିଲାଦିନର ବନ୍ଧୁମାନେ ଉପସ୍ଥିତ ରହିବେ। ଅର୍ଜୁନ କପୁର, ଆଦିତ୍ୟ ରୟ କପୁର ଏବଂ ଆୟାନ ମୁଖାର୍ଜୀ ରଣବୀରଙ୍କ ଘନିଷ୍ଠ ବନ୍ଧୁ। ତେବେ ସେମାନେ ପାର୍ଟିରେ ରହିପାରନ୍ତି ବୋଲି କୁହାଯାଇଛି।