ବମ୍ବେ: ରିଲିଜ ପରଠାରୁ ବ୍ୟବସାୟରେ ଗୋଟିଏ ପରେ ଗୋଟିଏ ରେକର୍ଡ କରୁଛି କିଙ୍ଗ ଖାନ୍ ଶାହାରୁଖଙ୍କ ଫିଲ୍ମ ‘ପଠାନ୍’। ଦର୍ଶକଙ୍କ ଭଲପାଇବା ମିଳୁଥିବାରୁ ଗୋଟିଏ ସପ୍ତାହରେ ଫିଲ୍ମଟି ୩୦୦ କୋଟି କ୍ଲବରେ ସାମିଲ ହୋଇଛି। ଏମିତିରେ ଅଭିନେତ୍ରୀ ଆଲିଆ ଭଟ୍ଟ ପ୍ରତିକ୍ରିୟା ରଖି ଫିଲ୍ମକୁ ଭାରତୀୟ ସିନେମାର ସବୁଠାରୁ ବଡ଼ ବ୍ଲକବଷ୍ଟର ବୋଲି କହିଛନ୍ତି। ପଠାନ୍ର ସଫଳତାକୁ ନେଇ ଆଲିଆ ଖୁସିବ୍ୟକ୍ତ କରିବା ସହ ଫିଲ୍ମର ସଫଳତା ଜାରି ରହୁ ବୋଲି କହିଛନ୍ତି।
ତେବେ ଆଲିଆଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ମଧ୍ୟ ରିଲିଜ ପରେ ଭଲ ବ୍ୟବସାୟ କରିଥିଲା। ପ୍ରଥମ ଦିନ ଏହା ୩୬ କୋଟି ରୋଜଗାର କରିଥିଲା। ହେଲେ ପଠାନ ୫୦ କୋଟି କଲେକ୍ସନ କରି ଏହାର ରେକର୍ଡ ଭାଙ୍ଗିଛି। ‘ବ୍ରହ୍ମାସ୍ତ୍ର’ ଦେଶ ତଥା ବିଦେଶରେ ୪୧୮.୮ କୋଟି କମାଇଥିବା ବେଳେ ପଠାନ୍ ମାତ୍ର ଛଅ ଦିନରେ ୫୯୦ କୋଟି ରୋଜଗାର କରିସାରିଛି। ଆଲିଆ ଏହାକୁ ନେଇ କହିଛନ୍ତି, ପ୍ରତିଟି ଫିଲ୍ମର ରେକର୍ଡ ଭାଙ୍ଗିବା ଉଚିତ। ଏହା ପ୍ରେରଣା ଦାୟୀ। ଦୀର୍ଘଦିନ ଲାଗି ଶାହାରୁଖଙ୍କ ଫିଲ୍ମ ଭାରତୀୟ ସିନେମାର ମେଗା ବ୍ଲକବଷ୍ଟର ହୋଇ ରହିବ ବୋଲି ସେ କହିଛନ୍ତି।