ଝିଅକୁ ଅଭିନେତ୍ରୀ ନୁହେଁ ସାଇଣ୍ଟିଷ୍ଟ କରିବାକୁ ଚାହୁଁଛନ୍ତି ଆଲିଆ

ମୁମ୍ବାଇ: ବଲିଉଡ ବିୟୁଟି ଆଲିଆ ଭଟ୍ଟ ଓ ଅଭିନେତା ରଣବୀର କପୁର ଏପ୍ରିଲ ୨୦୨୨ରେ ବିବାହ କରିଥିଲେ। ସେହି ବର୍ଷ ହିଁ ଏହି କପଲ ୬ ନଭେମ୍ବର ୨୦୨୨ରେ ତାଙ୍କ ପ୍ରଥମ ସନ୍ତାନକୁ ଓ୍ବେଲକମ କରିଥିଲେ। ଆଲିଆଙ୍କ କୋଳକୁ ଆସିଥିଲେ ଝିଅ ରାହା। ବଲିଉଡର ଏହି ଫେମଶ କପଲ ସବୁବେଳେ ନିଜ ଝିଅକୁ ନେଇ କଥା ହୋଇଥାଆନ୍ତି। ମମି ଆଲିଆ ଏବେ ଏକ ଇଣ୍ଟରେଆକ୍ସନରେ କହିଛନ୍ତି ବଡ ହୋଇ ତାଙ୍କ ଝିଅ କେଉଁ ପ୍ରଫେଶନକୁ ବାଛିବ।

ଇଣ୍ଡିଆଜ ଇଣ୍ଟରନାଶନାଲ ମୁଭମେଣ୍ଟ ଟୁ ୟୁନାଇଟ ନେଶନ(ଆଇଆଇଏମୟୁଏନ) ବ୍ୟାକ ଟୁ ସ୍କୁଲ ସିରିଜ ପାଇଁ ଷ୍ଟୁଡେଣ୍ଟଙ୍କ ସହ କଥା ହୋଇ ଆଲଆ କହିଛନ୍ତି କି ମୁଁ ଚାହୁଁଛି ରାହା ଜଣେ ସାଇଣ୍ଟିଷ୍ଟ ହୁଅନ୍ତୁ। ରଣବୀର ସିଂ ଓ କରଣ ଜୋହର ବି ଉକ୍ତ ଇଭେଣ୍ଟରେ ସାମିଲ ହୋଇଥିଲେ। ସେଠାରେ ସେ ପ୍ରାୟ ୫୦ ହଜାର ଷ୍ଟୁଡେଣ୍ଟଙ୍କ ସହ କଥା ହୋଇଥିଲେ। ଆଇଆଇଏମୟୁଏନରେ ଷ୍ଟୁଡେଣ୍ଟଙ୍କ ସହ କଥା ହୋଇ ଅଭିନେତ୍ରୀ କହିଥିଲେ, ‘ମୁଁ ମୋ ଝିଅକୁ ଦେଖୁଛି ଆଉ କହୁଛି, ତୁ ସାଇଣ୍ଟିଷ୍ଟ ହେବୁ।’ ଫିଲହାଲ ଆଲିଆଙ୍କ ଏହି ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି।

Share