ଗ୍ଲୋବାଲ ଡେବ୍ୟୁ କରିବାକୁ ପ୍ରସ୍ତୁତ ଆଲିଆ

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ହଲିଉଡରେ ଡେବ୍ୟୁ କରିବାକୁ ପୂରାପୂରି ପ୍ରସ୍ତୁତ ହୋଇଗଲେଣି । ନେଟଫ୍ଲିକ୍ସରେ ସେ ‘ହାର୍ଟ ଅଫ୍ ଷ୍ଟୋନ’ ମାଧ୍ୟମରେ ହଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏଥିରେ ସେ ‘ୱାଣ୍ଡର ଓମ୍ୟାନ’ ଷ୍ଟାର ଗେଲ ଗେଡୋଟଙ୍କ ସହ କାମ କରିବେ । ଏହି ଫିଲ୍ମ ସହ ଆଲିଆ ଗ୍ଲୋବାଲ ଡେବ୍ୟୁ କରିବାକୁ ଯାଉଛନ୍ତି । ବଲିଉଡରେ ନିଜୟ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଆଲିଆ ଏବେ ହଲିଉଡରେ କମାଲ କରିବା ଲକ୍ଷ୍ୟରେ ଅଛନ୍ତି । ‘ହାର୍ଟ ଅଫ୍ ଷ୍ଟୋନ’ ଏକ ସ୍ପାଇ ଥ୍ରିଲର ଫିଲ୍ମ ଯେଉଁଥିରେ ’୫୦ ସେଡସ୍ ଅଫ୍ ଗ୍ରେ’ ଷ୍ଟାର ଜେମି ହୋର୍ନନ ବି ନଜର ଆସିଛନ୍ତି ।
ନିକଟରେ ସଞ୍ଜୟ ଲିଲା ଭଂସାଲିଙ୍କ ଦ୍ୱାରା ନିର୍ଦ୍ଦେଶିତ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ରେ ଅଭିନୟ କରି ଦର୍ଶକଙ୍କ ମନ କିଣିଥିବା ଆଲିଆ ହଲିଉଡରେ ବି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାକୁ ତତ୍ପର ଅଛନ୍ତି । ‘ଗଙ୍ଗୁବାଇ କାଠିଆୱାଡି’ ଖୁବ ଶୀଘ୍ର ୧୦୦କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ଦର୍ଶକେ ଏଥିରେ ଆଲିଆଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଛନ୍ତି ।

Share