ବମ୍ବେ: ନିକଟରେ ମା’ ହୋଇଛନ୍ତି ବଲିଉଡ୍ର ଲୋକପ୍ରିୟ ଅଭିନେତ୍ରୀ ଆଲିଆ ଭଟ୍ଟ। ନଭେମ୍ବର ୬ ତାରିଖରେ ତାଙ୍କ ଘରକୁ ଲକ୍ଷ୍ମୀ ଆସିଛନ୍ତି। ଏବେ ସୋସିଆଲ ମିଡିଆରେ ଆଲିଆ ନିଜର ନୂଆ ପରିଚୟକୁ ନେଇ ଖୁଲାସା କରିଛନ୍ତି। ଏକ ଫଟୋ ଶେୟାର କରି ଆଲିଆ ଲେଖିଛନ୍ତି‘ ଏ ହେଉଛି ମୁଁ’।
ଆଲିଆ ଶେୟାର କରିଥିବା ଫଟୋରେ ସେ ଏକ ଲାଲ ରଙ୍ଗର କପ୍ ଧରିଥିବା ଦେଖାଯାଇଛି। କପ୍ରେ ମାମା ବୋଲି ଲେଖାଯାଇଛି। ଝିଅରୁ ପତ୍ନୀ ଆଉ ଏବେ ମା’ ହେବା ଆଲିଆଙ୍କ ନୂଆ ପରିଚୟ ବୋଲି ସେ ସ୍ପଷ୍ଟ କରିଛନ୍ତି। ଏହି ପୋଷ୍ଟକୁ ପ୍ରଶଂସକ ବହୁତ ପସନ୍ଦ କରୁଛନ୍ତି। ଅନେକ ତାଙ୍କୁ ଶୁଭକାମନା ଜଣାଉଛନ୍ତି।
ଅଭିନେତ୍ରୀ ଫିଲ୍ମରୁ ବ୍ରେକ୍ ନେଇ ଏବେ ଝିଅ ସହ ସମୟ ବିତାଉଛନ୍ତି। ଏପରିକି ଝିଅର ଦେଖାଶୁଣା ଲାଗି ସେ ଦୀର୍ଘଦିନର ବ୍ରେକ୍ ନେଇପାରନ୍ତି ବୋଲି କୁହାଯାଉଛି। ଆଗାମୀ ଦିନରେ ତାଙ୍କର ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାଣୀ’ ଆସିବାକୁ ଯାଉଛି।