ମା’ ହେବା ପରେ ନିଜର ପ୍ରଥମ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଆଜିକାଲି ମା-ବାପା ହୋଇ ଝିଅ ସହ ଖୁସିରେ ଜୀବନ ବିତାଉଛନ୍ତି। ଆଲିଆ ହସ୍ପିଟାଲରୁ ଘରକୁ ଆସିବା ପରଠାରୁ ଝିଅ ସହିତ ଅଧିକ ସମୟ ଅତିବାହିତ କରୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ନିଜର ଏକ ଫଟୋ ଶେୟାର କରିବାକୁ ସେ ମାତୃତ୍ୱ କର୍ତ୍ତବ୍ୟରୁ ଅଳ୍ପ ସମୟ ନେଇଥିଲେ। ଆଲିଆ ଚଳିତ ମାସ ଆରମ୍ଭରେ ରଣବୀର କପୁରଙ୍କ ସହ ଝିଅକୁ ସ୍ବାଗତ କରିବା ଦିନଠାରୁ ସୋସିଆଲ ମିଡିଆଠାରୁ ଦୂରରେ ରହିଆସୁଛନ୍ତି। ଏବେ ସେ ଯେଉଁ ଫଟୋ ଶେୟାର କରିଛନ୍ତି ଏଥିରେ ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

ଆଲିଆ ଏକ ଧଳା ଏବଂ କଳା ସ୍ବେଟର ପିନ୍ଧିଥିବାର ନଜର ଆସିଛନ୍ତି। ସେ ଟିକେ କ୍ଳାନ୍ତ ଦେଖାଯାଉଛନ୍ତି ଏବଂ ଶୀତର ସୂର୍ଯ୍ୟକୁ ଉପଭୋଗ କରୁଥିବା ପରି ମନେ ହେଉଛି। ସେ ନିଜ କେଶକୁ ଖୋଲା ରଖିଛନ୍ତି। ଏହି ସୁନ୍ଦର ଫଟୋ ଶେୟାର କରି ଏକ ଚା ଇମୋଜି ସହିତ ‘ଆରାମଦାୟକ’ ବୋଲି ଲେଖିଛନ୍ତି। ଏଥିରୁ ଜଣାପଡୁଛି ସେ ସୂର୍ଯ୍ୟକିରଣରେ ବସି ଆନନ୍ଦ ନେଉଛନ୍ତି।

Share