ରଣବୀରଙ୍କ ସହ ରୋମାଣ୍ଟିକ୍‌ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ର ସବୁଠାରୁ ପ୍ରିୟ ଦମ୍ପତିମାନଙ୍କ ମଧ୍ୟରୁ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ରଣବୀର କପୁର ଅନ୍ୟତମ। ଦୁହେଁ ପ୍ରଥମ ଥର ପାଇଁ ‘ବ୍ରହ୍ମାସ୍ତ୍ର’ ଫିଲ୍ମରେ ଏକାଠି କାମ କରିଛନ୍ତି। ଉଭୟଙ୍କ ଯୋଡ଼ିକୁ ଦର୍ଶକେ ବେଶ୍‌ ପସନ୍ଦ ବି କରିଛନ୍ତି। ଦୁହେଁ ମିଶି ଫିଲ୍ମର ପ୍ରମୋଟ କରିଥିଲେ ଏବଂ ବର୍ତ୍ତମାନ ଉଭୟ ଏହାର ସଫଳତାକୁ ଉପଭୋଗ କରୁଛନ୍ତି। ଆଉ ଏକ ଖୁସି ହେଲା ଉଭୟ ଖୁବ୍‌ଶୀଘ୍ର ମାତାପିତା ହେବାକୁ ଯାଉଛନ୍ତି। କିଛି ସମୟ ପୂର୍ବରୁ ଆଲିଆ ଏକ ସୁନ୍ଦର ଫଟୋ ଶେୟାର କରିଛନ୍ତି। ଯେଉଁଥିରେ ରଣବୀରଙ୍କ ସହ ରୋମାଣ୍ଟିକ୍‌ ମୁଡ୍‌ରେ ଥିବା ଜଣାପଡୁଛି।

ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଏକ ବ୍ଲାକ୍‌ ଆଣ୍ଡ୍‌ ହ୍ବାଇଟ୍‌ ଫଟୋ ଶେୟାର କରିଛନ୍ତି। ଏଥିରେ ଉଭୟଙ୍କ ସୁନ୍ଦର ଭାବଭଙ୍ଗୀ ଦେଖିବାକୁ ମିଳିଛି। ଦୁହେଁ ଆଖି ବନ୍ଦ କରି ମୁରୁକି ହସୁଛନ୍ତି। ଫଟୋ ଶେୟାର କରି ‘ଘର’ ବୋଲି ଏଥିରେ କ୍ୟାପଶନ ଲେଖିଛନ୍ତି ଆଲିଆ।

ଆଲିଆଙ୍କ ପ୍ରଶଂସକମାନେ ହାର୍ଟ ଏବଂ ଆଖିରେ ପ୍ରେମ ପରିପୂର୍ଣ୍ଣ ଇମୋଜି ଦେଇଛନ୍ତି। ଯୋଗ ପ୍ରଶିକ୍ଷକ ଅନୁଷ୍କାଙ୍କୁ ଏକ ହାର୍ଟ ଇମୋଜି ସହିତ ମନ୍ତବ୍ୟ ଦେଇଛନ୍ତି। ଏଥି ସହିତ ଷ୍ଟାଣ୍ଡଅପ୍‌ ହାସ୍ୟ ଅଭିନେତା ତନ୍ମୟ ଭଟ୍ଟ ମନ୍ତବ୍ୟ ଦେଇ କହିଛନ୍ତି, ସୁନ୍ଦର ଘର। କିନ୍ତୁ ଏକ ବର୍ଗଫୁଟ କେତେ?

ଏ ତ ଗଲା ଆଲିଆ-ରଣବୀରଙ୍କ ବ୍ୟକ୍ତିଗତ କଥା। ଯଦି ତାଙ୍କ ଓ୍ବାର୍କଫ୍ରଣ୍ଟ ବିଷୟରେ କହିବା ତେବେ ନିକଟରେ ଦୁହେଁ ଆୟନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିଥିଲେ। ଏହା ହେଉଛି ରଣବୀର ଏବଂ ଆଲିଆଙ୍କର ପ୍ରଥମ ଅନ୍‌-ସ୍କ୍ରିନ ଫିଲ୍ମ। ଏଥିରେ ଆଲିଆ ରଣବୀରଙ୍କ ପ୍ରେମିକା ଇଶା ଭୂମିକାରେ ଅଭିନୟ କରିଛନ୍ତି। ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ବି ସାବ୍ୟସ୍ତ ହୋଇଛି।

Share