ଶ୍ୱଶୁରଙ୍କ ଜନ୍ମଦିନରେ ଭାବବିହ୍ବଳ ହେଲେ ଆଲିଆ

ବମ୍ବେ: ଶ୍ୱଶୁରଙ୍କୁ ମନେପକାଇ ଭାବବିହ୍ବଳ ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ। ସୋମବାର ଦିବଂଗତ ଅଭିନେତା ଋଷି କପୁରଙ୍କ ୭୧ତମ ଜନ୍ମବାର୍ଷିକୀ ଥିଲା। ଏହି ଅବସରରେ ତାଙ୍କୁ ସ୍ତ୍ରୀ ନୀତୁ କପୁର, ବୋହୁ ଆଲିଆ ଏବଂ ଝିଅ ରିଦ୍ଧିମା ମନେ ପକାଇଥିଲେ। ସୋସିଆଲ ମିଡିଆରେ ଆଲିଆ ଏକ ଫଟୋ ଶେୟାର କରି ଭାବବିହ୍ବଳ ହୋଇଥିଲେ।

୨୦୨୦ରେ ଦୁନିଆରୁ ବିଦାୟ ନେଇଥିଲେ ଋଷି। ଏହାକୁ ନେଇ ପରିବାର ଉପରେ ଦୁଃଖର ପାହାଡ଼ ଭାଙ୍ଗି ଥିଲା। ସମୟ ସହ ଘରକୁ ଆଲିଆ ବିବାହ କରି ଆସିଥିଲେ। ଏବେ ତାଙ୍କର ଝିଅ ଉକ୍ତ ଖୁସିକୁ ଦ୍ୱିଗୁଣିତ ମଧ୍ୟ କରିଛି। ଏସବୁ ମଧ୍ୟରେ ପରିବାର ଋଷିଙ୍କୁ ସବୁବେଳେ ମନେପକାଇଛନ୍ତି।

ଜନ୍ମବାର୍ଷିକୀରେ ଆଲିଆ ଯେଉଁ ଫଟୋଟି ଶେୟାର କରିଛନ୍ତି ତାହା ବିବାହ ସମୟର। ଏଥିରେ ରଣବୀର ହାତରେ ଋଷିଙ୍କ ଫଟୋ ଧରିଥିବା ନଜର ଆସୁଛି। ଫଟୋକୁ ଶେୟାର କରି ଅଭିନେତ୍ରୀ ଲେଖିଛନ୍ତି, ଆପଣ ଆମ ସହ ସବୁବେଳେ ଅଛନ୍ତି…। ଏବେ ଏହା ବେଶ ଭାଇରାଲ ହେଉଛି।

Share