ଇନ୍‌ଷ୍ଟା ଡିପିରୁ ରଣବୀରଙ୍କ ସହ ଫଟୋ ହଟାଇଲେ ଆଲିଆ

ଅଭିନେତ୍ରୀ ଆଲିଆ ଭଟ୍ଟ ଆଜିକାଲି ଚର୍ଚ୍ଚାରେ ଅଛନ୍ତି। ପ୍ରଶଂସକଙ୍କ ସହ ସେ ଗର୍ଭବତୀ ଥିବା ଖବର ଶେୟାର କରିବା ପରେ ତାଙ୍କୁ ଏବେ ଚାରିଆଡୁ ଶୁଭେଚ୍ଛା ମିଳୁଛି। ନିକଟରେ ଆଲିଆ ଏକ ଗ୍ଲାମରସ୍‌ ଫଟୋଶୁଟ କରିଛନ୍ତି। ଏହାର ଫଟୋଗୁଡିକ ସେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ଆଲିଆଙ୍କ ଗ୍ଲାମରସ ଲୁକ୍‌କୁ ପ୍ରଶଂସକ ପସନ୍ଦ କରୁଛନ୍ତି। ଏପର୍ଯ୍ୟନ୍ତ ଏହି ଫଟୋଗୁଡ଼ିକରେ ୧୩ ଲକ୍ଷରୁ ଅଧିକ ଲାଇକ ଆସିଛି ଏହା ସହିତ ଆଲିଆ ମଧ୍ୟ ତାଙ୍କ ଇନ୍‌ଷ୍ଟା ଡିପି ପରିବର୍ତ୍ତନ କରିଛନ୍ତି। ସ୍ବାମୀ ରଣବୀର କପୁରଙ୍କ ସହ ମଧ୍ୟ ଆଲିଆ ତାଙ୍କ ପ୍ରୋଫାଇଲ ଫଟୋ ହଟାଇ ଏବେ କେବଳ ନିଜ ଫଟୋ ରଖିଛନ୍ତି। ଏହି ପୋଷ୍ଟରେ ଆଲିଆ ମଧ୍ୟ ଏକ କ୍ୟାପଶନ ଦେଇଛନ୍ତି। ସେ ଲେଖିଛନ୍ତି, ‘ମୁଁ ଚଳିତ ବର୍ଷ କିପରି କଫି ପିଇଥିଲି।’ ନିକଟରେ ଆଲିଆ ଇନ୍‌ଷ୍ଟା ଡିପି ପରିବର୍ତ୍ତନ କରି ରଣବୀର ସହ ଏକ ଫଟୋ ରଖିଲେ। ମାତ୍ର ସପ୍ତାହେ ମଧ୍ୟରେ ସେ ପୁଣି ଡିପି ପରିବର୍ତ୍ତନ କରିଛନ୍ତି।
ଆଲିଆ ଶୀଘ୍ର ରଣବୀର କପୁରଙ୍କ ସହ ଫିଲ୍ମ ‘ବ୍ରହ୍ମାସ୍ତ୍ର’ରେ ନଜର ଆସିବେ। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଆୟାନ ମୁଖାର୍ଜୀ। ଉଭୟଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ନାଗାର୍ଜୁନ ଏବଂ ମୌନି ରୟ ମଧ୍ୟ ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ପ୍ରଶଂସକମାନେ ଏହି ଫିଲ୍ମକୁ ଦୀର୍ଘ ସମୟ ଧରି ଅପେକ୍ଷା କରି ରହିଛନ୍ତି। ଏହି ଫିଲ୍ମ ସେପ୍ଟେମ୍ବର ୯ରେ ସିନେମା ଘରେ ମୁକ୍ତିଲାଭ କରିବ।

Share