କରୋନାକୁ ହରାଇଲେ ଆଲିଆ

ମୁମ୍ବାଇ: କେତେକ ବଲିଉଡ୍‌ ସେଲିବ୍ରିଟି ଏବେ କରୋନା କବଳରେ ଆସିଯାଇଥିବା ବେଳେ ଧିରେ ଧିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସୁଧାର ଆସୁଛି। ଏହି କ୍ରମରେ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାରଙ୍କ ପରେ ଏବେ ଅଭିନେତ୍ରୀ ଆଲିଆ ଭଟ୍ଟ କରୋନାକୁ ହରାଇଥିବା ଜଣାପଡ଼ିଛି। ବୁଧବାର ଇନ୍‌ଷ୍ଟାଗ୍ରାମ୍‌ରେ ଏନେଇ ଆଲିଆ ନିଜ ପ୍ରଶଂସକଙ୍କୁ ଜଣାଇଛନ୍ତି। ଏଥିସହ ଆଲିଆ ଇନ୍‌ଷ୍ଟାଗ୍ରାମରେ ନିଜର ହସୁଥିବାର ଏକ ଫଟୋକୁ ଶେୟାର କରୁଛନ୍ତି। ସେଥିରେ ସେ ବେଶ୍‌ କ୍ୟୁଟ ନଜର ଆସୁଛନ୍ତି। ସୂଚନାମୁତାବକ ଚଳିତ ମାସର ପ୍ରଥମରେ ଆଲିଆ କରୋନାରେ ଆକ୍ରାନ୍ତ ହୋଇଥିଲେ। ‘ହାଇଓ୍ବେ’ ଅଭିନେତ୍ରୀ ଏନେଇ ଇନ୍‌ଷ୍ଟାଗ୍ରାମ୍‌ରେ ସମସ୍ତଙ୍କୁ ସୂଚନା ଦେଇଥିଲେ। କରୋନା ପଜିଟିଭ ହେବା ପରେ ସେ ନିଜକୁ ହୋମ୍‌ କ୍ୱାରାଣ୍ଟାଇନ୍‌ କରିନେଇଥିଲେ।

Share