ଖୁବଶୀଘ୍ର ଆସିବ ଖୁସି ଖବର!

ମୁମ୍ବାଇ: ବଲିଉଡର ଚୁଲବୁଲି ନାୟିକା ଆଲିଆ ଭଟ୍ଟ ଖୁବଶୀଘ୍ର ମାଆ ହେବାକୁ ଯାଉଛନ୍ତି । ରବିବାର ସକାଳ ୭ଟା ୩୦ରେ ସେ ଡେଲିଭରି ପାଇଁ ରିଲାଏନ୍ସ ହସ୍ପିଟାଲ ପହଞ୍ଚିବାର ସୂଚନା ରହିଛି । ନିକଟରେ ସେ ତାଙ୍କ ଗୋଧ ଭରାଇ ସେଲିବ୍ରେଶନର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏବେ ସେ ମାଆ ହେବାକୁ ଯାଉଥିବା ଜାଣିବା ପରେ ତାଙ୍କ ପ୍ରଶଂସକଙ୍କ ମନରେ ଆନନ୍ଦ ଦେଖାଦେଇଛି । ଆଲିଆ ଭଟ୍ଟ ଓ ରଣବୀର କପୁର ମାଆ-ବାବା ହେବାକୁ ଯାଉଥିବା ବେଳେ ଫ୍ୟାମିଲି ଫ୍ରେଣ୍ଡସ୍ ଓ ଏମାନଙ୍କ ଫ୍ୟାନ୍ସ ବଡ ଉତ୍ସାହର ସହ କୁନି ଅତିଥିଙ୍କୁ ଅପେକ୍ଷା କରିଛନ୍ତି । ଏହି ଗୁଡ ନ୍ୟୁଜ ଶୁଣିବାକୁ ସମସ୍ତେ ଅପେକ୍ଷା ରଖିଛନ୍ତି । ପୂର୍ବରୁ ସୂଚନା ରହିଥିଲା କି ଆଲିଆ ନଭେମ୍ବର ଶେଷ ସପ୍ତାହ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ମାଆ ହେବେ ।

Share