ଭିନ୍ନ ଅନ୍ଦାଜରେ ରଣବୀରଙ୍କୁ ବିବାହ ବାର୍ଷିକିର ଶୁଭେଚ୍ଛା ଜଣାଇଲେ ଆଲିଆ

ମୁମ୍ବାଇ: ବଲିଉଡର ମୋଷ୍ଟ ଲିଭିଙ୍ଗ କପୁଲ ଆଲିଆ ଭଟ୍ଟ ଓ ରଣବୀର କପୁର ଏପ୍ରିଲ ୧୪ରେ ତାଙ୍କ ପ୍ରଥମ ବିବାହ ବାର୍ଷିକି ପାଳନ କରୁଛନ୍ତି। ଏହି କପଲ ଗତବର୍ଷ ଇଣ୍ଟିମେଟ ଓ୍ବେଡିଂ କରିଥିଲେ। ଆଲିଆ-ରଣବୀରଙ୍କ ପ୍ରଥମ ଓ୍ବେଡିଂ ଆନିଭର୍ସାରିରେ ପରିବାର ଓ ତାଙ୍କ ଶୁଭେଚ୍ଛୁ ବହୁତ ଶୁଭକାମନା ଜଣାଉଛନ୍ତି। ଆଲିଆ ବି ତାଙ୍କ ଡାର୍ଲିଂ ହଜବ୍ୟାଣ୍ଡ ରଣବୀର କପୁରଙ୍କୁ ଭିନ୍ନ ଅନ୍ଦାଜରେ ପ୍ରଥମ ବିବାହ ବାର୍ଷିକିର ଶୁଭେଚ୍ଛା ଜଣାଇଛନ୍ତି।

ଆଲିଆ ତାଙ୍କ ସ୍ବାମୀ ରଣବୀରଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ପ୍ରଥମ ବିବାହ ବାର୍ଷିକିର ଶୁଭକାମନା ଜଣାଇଛନ୍ତି। ଆକ୍ଟ୍ରେସ ରଣବୀରଙ୍କ ସହ କିଛି ଅନସିନ ଫଟୋଜ ଶେୟାର କରିଛନ୍ତି। ପ୍ରଥମଟି କପଲଙ୍କ ହଳଦୀ ସେରିମନିର। ଉଭୟଙ୍କ ଚେହେରାରେ ହଳଦି ଲାଗିଥିବା ବେଳେ ରଣବୀର ପ୍ୟାରରେ ଆଲିଆଙ୍କୁ ହଗ କରିଛନ୍ତି। ଦ୍ୱିତୀୟ ଫଟୋରେ କପଲ କ୍ୱାଲିଟି ଟାଇମ ସ୍ପେଣ୍ଡ କରୁଛନ୍ତି। ଆଉ ଶେଷ ଫଟୋରେ କପଲ ରୋମାଣ୍ଟିକ ଅନ୍ଦାଜରେ ପରସ୍ପର ମଧ୍ୟରେ ହଜିଯାଇଥିବା ଦେଖାଯାଇଛି। ଏହିସବୁ ଫଟୋକୁ ଶେୟାର କରି ଆଲିଆ କ୍ୟାପଶନରେ ଲେଖିଛନ୍ତି, ହାପି ଡେ।
ଆଲିଆଙ୍କ ମାଆ ସୋନି ରାଜଦାନ ଓ ଶାଶୁ ନିତୁ ସିଂ ବି ଏମାନଙ୍କୁ ଭିନ୍ନ ଅନ୍ଦାଜରେ ଓ୍ବେଡିଂ ଆନିଭର୍ସାରିର ଶୁଭେଚ୍ଛା ଜଚଣାଇଛନ୍ତି। ନିତୁ ସିଂ ଯେଉଁ ଫଟୋଟି ଶେୟାର କରିଛନ୍ତି ସେଥିରେ ରିଷି କପୁରଙ୍କ ଫଟୋବି ନଜର ଆସିଛି। ନିତୁ ଏହି ଫଟୋ ସହ କ୍ୟାପଶନରେ ଲେଖିଛନ୍ତି, ସାଲଗିରହ ମୁବାରକ ହୋ ମେରେ ଖୁବସୁରତ ଲୋଗ, ମେରେ ଦିଲକି ଧଡକନ, ପ୍ୟାର ଔର ଆଶୀର୍ବାଦ।

Share