ଦଶହରାରେ ଆଲିଆ କିଣିଲେ ନୂଆ କାର ଦାମ୍‌ ଜାଣିଲେ…

ମୁମାଇ ୨୧।୧୦: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି’ ପାଇଁ ଜାତୀୟ ପୁରସ୍କାର ପାଇଛନ୍ତି। ଆଲିଆ ତାଙ୍କ ସ୍ବାମୀ ରଣବୀରଙ୍କ ସହ ଦିଲ୍ଲୀରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଯୋଗଦେଇଥିଲେ। ବର୍ତ୍ତମାନ ନବରାତ୍ରର ସମୟରେ ଆଲିଆ ଏକ ନୂତନ କାର କିଣିଛନ୍ତି। ଏହି ବିଳାସପୂର୍ଣ୍ଣ କାରର ଭିଡିଓ ଏବଂ ଫଟୋ ଏବେ ସାମ୍ନାକୁ ଆସିଛି।
ନିକଟରେ ସୋସିଆଲ ମିଡିଆରେ ଆଲିଆଙ୍କ ନୂଆ କାରର ଏକ ଭିଡିଓ ଶେୟାର କରିଛନ୍ତି। ଖବର ଅନୁଯାୟୀ, ଆଲିଆ ରେଞ୍ଜ ରୋଭରର ଅଟୋବାୟୋଗ୍ରାଫି ଲଙ୍ଗ ହ୍ବିଲ ବେସ୍‌ କିଣିଛନ୍ତି। ଏହି ନୂତନ ମଡେଲର ମୂଲ୍ୟ ୩.୮୧ କୋଟି ଟଙ୍କା ବୋଲି କୁହାଯାଉଛି। ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଅଭିନେତ୍ରୀ ତାଙ୍କ କାରକୁ ପୂଜା କରି ଆଣିଛନ୍ତି। ଏହି ଭିଡିଓରେ ତାଙ୍କ ପ୍ରଂଶସକମାନେ ଶୁଭେଚ୍ଛା ଜଣାଇବା କମେଣ୍ଟ କରିଛନ୍ତି।

Share