ସୋସିଆଲ ମିଡିଆରେ ଗୋଟିଏ ପୋଷ୍ଟ ପାଇଁ ଏତିକି ଟଙ୍କା ନିଅନ୍ତି ଆଲିଆ

ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ଖୁବ୍‌ ସମୟ ମଧ୍ୟରେ ଇଣ୍ଡଷ୍ଟ୍ରିରେ ନିଜର ପରିଚୟ ସୃଷ୍ଟି କରିଛନ୍ତି। ଆଜିର ସମୟରେ ତାଙ୍କର ଚାହିଦା କେବଳ ଫିଲ୍ମରେ ନୁହେଁ, ସୋସିଆଲ ମିଡିଆ ପ୍ଲାଟଫର୍ମରେ ମଧ୍ୟ ରହିଛି। ନିକଟରେ ଗଙ୍ଗୁବାଇ କାଠିଆଓ୍ବାଡି ଏବଂ ଆରଆରଆର ଭଳି ହିଟ ଫିଲ୍ମ ଦେଇଥିବା ଆଲିଆଙ୍କ ବ୍ରାଣ୍ଡ୍‌ ଭାଲ୍ୟୁ ମଧ୍ୟ ବଢିବାରେ ଲାଗିଛି। ଆଲିଆ ସୋସିଆଲ ମିଡିଆ ଗୋଟିଏ ପୋଷ୍ଟ ପାଇଁ ୮୫ ଲକ୍ଷରୁ ୧ କୋଟି ଟଙ୍କା ରୋଜଗାର କରନ୍ତି। ଶ୍ରେଷ୍ଠ ୧୦ ଜଣ ସେଲିବ୍ରିଟିଙ୍କ ମଧ୍ୟରେ ଆଲିଆ ସବୁଠାରୁ କନିଷ୍ଠ ଏବଂ ତାଙ୍କର ବ୍ରାଣ୍ଡ ଭାଲ୍ୟୁ ୫୪୦ କୋଟି ଟଙ୍କା। ଇନଷ୍ଟାଗ୍ରାମରେ ଆଲିଆଙ୍କର ୬୮ ମିଲିୟନରୁ ଅଧିକ ଫଲୋଅର୍ସ ଅଛନ୍ତି।
ଆଜିକାଲି ଆଲିଆ ସ୍ବାମୀ ରଣବୀରଙ୍କ ସହ ‘ବେବିମୁନ୍‌’ ପାଇଁ ଇଟାଲୀ ଯାଇଛନ୍ତି। ନିକଟରେ ତାଙ୍କ ଅଭିନୀତ ‘ଡାର୍ଲିଂ’ ରିଲିଜ୍‌ ହୋଇଥିଲା। ଆଗାମୀ ସମୟରେ ତାଙ୍କୁ ରଣବୀର କପୁରଙ୍କ ସହ ‘ବ୍ରହ୍ମାସ୍ତ୍ର’ରେ ଦେଖିବାକୁ ମିଳିବ।

Share