୧୨ ବର୍ଷ ବୟସରେ ପ୍ରଥମ ଥର ରଣବୀରଙ୍କୁ ଭେଟିଥିଲେ ଆଲିଆ

ଅଭିନେତା ରଣବୀର କପୁର ଏବଂ ଆଲିଆ ଭଟ୍ଟ ଫିଲ୍ମ ବ୍ରହ୍ମାସ୍ତ୍ରରେ କେବଳ ଏକାଠି କାମ କରିଛନ୍ତି ତା’ନୁହଁ ଏହା ପୂର୍ବରୁ ମଧ୍ୟ ସଞ୍ଜୟ ଲୀଲା ଭଂଶାଲୀଙ୍କ ଫିଲ୍ମ ବାଳିକା ବଧୂରେ ମଧ୍ୟ ଦୁହେଁ କାମ କରିସାରଛନ୍ତି। ନିକଟରେ ଏକ ସାକ୍ଷାତକାରରେ ଆଲିଆ ରଣବୀରଙ୍କୁ ପ୍ରଥମେ କେଉଁଠାରେ ଭେଟିଥିଲେ ଏବଂ ସେତେବେଳେ ସେ କିପରି ପ୍ରତିକ୍ରିୟା କରିଥିଲେ ତାହା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଯେତେବେଳେ ମୁଁ ରଣବୀରଙ୍କୁ ପ୍ରଥମ ଥର ଭେଟିଥିଲି, ସେତେବେଳେ ମୋର ବୟସ ୧୨ ବର୍ଷ ହୋଇଥିଲା। ସେ ସଞ୍ଜୟ ଭଂଶାଲୀଙ୍କ ସହ କାମ କରୁଥିଲେ ଏବଂ ମୋତେ ତାଙ୍କ ସହ ଫଟୋଶୁଟ୍‌ କରିବାକୁ ପଡୁଥିଲା।

ବର୍ତ୍ତମାନ ଏହି ଯୋଡି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ତେବେ ବିବାହକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବା ନେଇ ଶୁଣିବାକୁ ମିଳୁଛି। ବିବାହ ତାରିଖ, ବିବାହ ସ୍ଥାନ ସବୁକିଛି ସ୍ଥିର ହୋଇ ସାରିଥିବା ବେଳେ ଉଭୟ ପରିବାରଙ୍କ ତରଫରୁ ଏଯାଏ କୌଣସି ଖବର ଆସିନାହିଁ। ସୂଚନା ମୁତାବକ, ରଣବୀର-ଆଲିଆଙ୍କ ବିବାହ ରୀତିନୀତି ଏପ୍ରିଲ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୧୬ ପର୍ଯ୍ୟନ୍ତ ଚାଲିବ ଏବଂ ୧୭ରେ ଦୁହେଁ ହାତକୁ ଦି’ହାତ ହେବେ।

Share