ପୁଣି ପ୍ରଶଂସକଙ୍କୁ ଖୁସିଖବର ଦେଲେ ଆଲିଆ

ବଲିଉଡ୍‌ର ଚୁଲ୍‌ବୁଲି ନାୟିକା ଆଲିଆ ଭଟ୍ଟ ମା’ ହେବାପରେ ସମ୍ପୂର୍ଣ୍ଣ ବଦଳି ଯାଇଛନ୍ତି। ସେ ଆଜିକାଲି ଅଧିକ ସମୟ ଝିଅ ରାହାକୁ ଦେଉଛନ୍ତି। ଏସବୁ ଭିତରେ ସେ ନିଜ ଫ୍ୟାନ୍ସକୁ ଏକ ଖୁସି ଖବର ଦେଇଛନ୍ତି। ଖୁବଶୀଘ୍ର ୟଶ ରାଜ ଫିଲ୍ମସର ଆକ୍ସନ ଥ୍ରୀଲର ଫିଲ୍ମ ଫିମେଲ୍‌ ସ୍ପାଇ ୟୁନିଭର୍ସର ଶୁଟିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏହାସହ ଦୀର୍ଘଦିନ ପରେ ଏକ ବଜେଟ୍‌ର ଫିଲ୍ମରେ ନଜର ଆସିବେ। ଏହି ସ୍ପାଇ ଫିଲ୍ମରେ ଆଲିଆ ଏବଂ ବବି ଦେଓଲଙ୍କୁ ଦେଖିବାକୁ ମିଳିବ।

ଜୁଲାଇ ୧୫ରୁ ମୁମ୍ବାଇରେ ଓ୍ବାଇଆର୍‌ଏଫ୍‌ର ଫିମେଲ୍‌ ସ୍ପାଇ ୟୁନିଭର୍ସ ଫିଲ୍ମର ଶୁଟିଂ ଆରମ୍ଭ ହେବ। ବର୍ତ୍ତମାନ ଫିଲ୍ମର ସେଟ ପ୍ରସ୍ତୁତ ହେଉଛି। ମୁମ୍ବାଇରେ ଶୁଟିଂ ଆରମ୍ଭ ହେବା ପରେ କଶ୍ମୀରରେ ଫିଲ୍ମର କେତେକ ଅଂଶ ଶୁଟ୍‌ ହେବ। ଫିଲ୍ମର କିଛି ଗୁରୁତ୍ୱପୂର୍ଣ୍ଣ ଆକ୍ସନ ଦୃଶ୍ୟ ମଧ୍ୟ ସେଠାରେ ଶୁଟିଂ କରାଯିବ। ଏହା ବ୍ୟତୀତ ବିଦେଶରେ ଏକ କାର୍ଯ୍ୟସୂଚୀ ମଧ୍ୟ ଯୋଜନା କରାଯାଇଛି, ଯାହା ଡିସେମ୍ବରରୁ ଆରମ୍ଭ ହୋଇପାରେ।
ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ଏହି ପ୍ରଡକ୍ସନ ହାଉସର ଏହା ଅଷ୍ଟମ ଚଳଚ୍ଚିତ୍ର ହେବ। ଏହା ସହିତ ୟଶ ରାଜ ଫିଲ୍ମ ୨୦୧୨ରେ ଏକ ଥା ଟାଇଗର, ବ୍ଲକବଷ୍ଟର ଚଳଚ୍ଚିତ୍ର ଟାଇଗର ଜିନ୍ଦା ହୈ, ଓ୍ବାର୍‌ ଏବଂ ପଠାନ ଭଳି ଚଳଚ୍ଚିତ୍ର ନିର୍ମାଣ କରିଛି।

Share