ବଦଳି ଗଲେଣି ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଅଭିନେତ୍ରୀ। ୨୦୧୨ରେ ‘ଷ୍ଟୁଡେଣ୍ଟ ଅଫ ଦି ଇୟର’ରୁ ଡେବ୍ୟୁ କରିଥିବା ଆଲିଆ ଅନେକ ସୁପରହିଟ୍‌ ଚଳଚ୍ଚିତ୍ରରେ କାମ କରିଛନ୍ତି। ଖୁବ ଶୀଘ୍ର ତାଙ୍କୁ ରଣବୀର ସିଂଙ୍କ ସହ ‘ରକି ଔର ରାନୀ କି ପ୍ରେମ କାହାନୀ’ ଫିଲ୍ମରେ ଦେଖିବାକୁ ମିଳିବ। ଫିଲ୍ମ ବ୍ୟତୀତ ଆଲିଆ ମଧ୍ୟ ତାଙ୍କ ପାରିବାରିକ ଜୀବନକୁ ଉପଭୋଗ କରୁଛନ୍ତ। ରଣବୀର କପୁରଙ୍କୁ ବିବାହ ଏବଂ ଝିଅ ରାହାଙ୍କ ଜନ୍ମ ପରେ ଆଲିଆଙ୍କ ପାରିବାରିକ ଦାୟିତ୍ୱ ବଢିଯାଇଛି।
ନିଜ ପ୍ରାଥମିକତା ବିଷୟରେ ଆଲିଆ କହିଛନ୍ତି, ମୁଁ ଇଣ୍ଡଷ୍ଟ୍ରିରେ ଏକ ଦଶନ୍ଧି ଅତିକ୍ରମ କରିଛି। ଏହି ଏକ ଦଶନ୍ଧି ମଧ୍ୟରେ ଜୀବନ ମଧ୍ୟ ସଂପୂର୍ଣ୍ଣ ବଦଳି ଯାଇଛି। ଏକ ସମୟ ଥିଲା ଯେତେବେଳେ ମୁଁ କ୍ୟାରିୟର ପାଇଁ ଶୋଇବା, ସମୟ, ପରିବାର ଉପରେ ଆପୋଷ ବୁଝାମଣା କରୁଥିଲି ଏବଂ କେବଳ ଶୁଟିଂ ଏବଂ କାମ ଉପରେ ଧ୍ୟାନ ଦେଇଥିଲି। ବର୍ତ୍ତମାନ ମୋର ଏକ ପରିବାର ଅଛି। ସେଠାରେ ଝିଅ ଏବଂ ସ୍ବାମୀ ଅଛନ୍ତି। ବଗତ ଦଶ ବର୍ଷ ମଧ୍ୟରେ ମୁଁ ନିଜ କ୍ୟାରିୟର ଉପରେ ବହୁତ ଧ୍ୟାନ ଦେଇଥିଲେ। ଏହାଦ୍ୱାରା ପରିବାର ଏବଂ ସାଙ୍ଗମାନଙ୍କ ସହିତ ଅଧିକ ସମୟ ବିତାଇବାକୁ ସକ୍ଷମ ହୋଇ ନ ଥିଲି। ବର୍ତ୍ତମାନ ନିଜ ପ୍ରିୟ ଲୋକଙ୍କୁ ମଧ୍ୟ ପୂର୍ଣ୍ଣ ସମୟ ଦେବାକୁ ଚାହୁଁଛି। ଏସବୁ ସହ ସେ ଅଭିନୟ ଜାରି ରଖିବେ ବୋଲି କହନ୍ତି ଆଲିଆ।
ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’ ଏକ ରୋମାଣ୍ଟିକ କମେଡି ଫିଲ୍ମ। ଏହି ଫିଲ୍ମରେ ରଣବୀର ସିଂ ଏବଂ ଆଲିଆଙ୍କ ବ୍ୟତୀତ ଶବାନା ଆଜମୀ, ଜୟା ବଚ୍ଚନ ଏବଂ ଧର୍ମେନ୍ଦ୍ର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। କରଣ ଜୋହରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଜୁଲାଇ ୨୮ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

Share