କିସିଂ ସିନ୍‌କୁ ଆଲିଆଙ୍କ ନାଁ

ମୁମ୍ବାଇ: ବଲିଉଡ୍ ନାୟିକା ଆଲିଆ ଭଟ୍ଟ ଏବେ ତାଙ୍କ ଆଗାମୀ ଫିଲ୍ମର ଶୁଟିଂରେ ବ୍ୟସ୍ତ ଅଛନ୍ତି । ‘ରକି ଔର ରାନି କି ପ୍ରେମ କାହାନି’ର ଶୁଟିଂ ଏବେ ଦିଲ୍ଲୀରେ ଚାଲିଥିବା ବେଳେ ତାଙ୍କ ଅପୋଜିଟରେ ଅଛନ୍ତି ନାୟକ ରଣବୀର ସିଂ । ବେଶ କିଛିଦିନ ପରେ ନିର୍ଦ୍ଦେଶକ କରଣ ଜୋହର ପୁଣିଥିଲେ ନିର୍ଦ୍ଦେଶନା କ୍ଷେତ୍ରକୁ ଓହ୍ଲାଇଛନ୍ତି । ରଣବୀର ଓ ଆଲିଆଙ୍କ ଯୋଡି ଏହା ପୂର୍ବରୁ ଫିଲ୍ମ ‘ଗଲିବୟ’ରେ ଦେଖିବାକୁ ମିଳିଥିଲା । ଯେଉଁଥିରେ ଉଭୟ ତେହେଲକା ମଚାଇଥିଲେ । ଏଥରର ମୁଭି ‘ରକି ଔର ରାନି କି ପ୍ରେମ କାହାନି’ ଏକ ଲଭ ଷ୍ଟୋରୀ ହୋଇଥିବା ବେଳେ ଏଥିରେ କିନ୍ତୁ ଦର୍ଶକଙ୍କୁ ହୁଏତ ଆଲିଆ-ରଣବୀରଙ୍କ ଅତ୍ୟଧିକ ରୋମାଣ୍ଟିକ ସିନ୍ ଦେଖିବାକୁ ନ ମିଳିପାରେ । ମିଳିଥିବା ରିପୋର୍ଟ ଅନୁଯାୟୀ, ଉଭୟ ଆଲିଆ ଓ ରଣବୀର ମୁଭି ‘ରକି ଔର ରାନି କି ପ୍ରେମ କାହାନି’ରେ କିସିଂ ସିନ୍ ଦେବାକୁ କୁଆଡେ ପଛଘୁଞ୍ଚା ଦେଉଛନ୍ତି । ଏହାର ନିର୍ଣ୍ଣୟ ସେମାନେ ନିଜେ ନିଜେ ନେଇଛନ୍ତି । ରଣବୀର ସିଂ ନାୟିକା ଦୀପିକା ପାଦୁକୋନଙ୍କୁ ବିବାହ କରି ସାରିଥିବା ବେଳେ ଆଲିଆ ରଣବୀର କପୁରଙ୍କୁ ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି । ହୁଏତ ଏଥିପାଇଁ ଉଭୟ କିସିଂ ସିନ୍‌କୁ ନାଁ କହୁଛନ୍ତି ବୋଲି ଅନୁମାନ କରାଯାଉଛି । ପୂର୍ବରୁ ଏମାନେ ‘ଗଲି ବୟ’ରେ କିସିଂ ସିନ୍ ଦେଇଥିବା ବେଳେ ଏଥର କାହିଁକି ଏମାନେ ରାଜି ହେଉ ନାହାନ୍ତି ତା’ର କାରଣ କିଛି ବୁଝା ପଡୁନାହିଁ । ତେଣୁ ଅନୁମାନ କରାଯାଉଛିକି ଏଥର ଆଲିଆ-ରଣବୀରଙ୍କ କିସିଂ ସିନ୍ ଦେଖିବାରୁ ବଞ୍ଚିତ ହୋଇପାରନ୍ତି ଦର୍ଶକେ । ‘ରକି ଔର ରାନି କି ପ୍ରେମ କାହାନି’ରେ ଧର୍ମେନ୍ଦ୍ର, ଜୟା ବଚ୍ଚନ ଓ ସବାନା ଆଜମୀ ମୁଖ୍ୟ ଭୂମିକାରେ ନଜର ଆସିବେ । ନିକଟରେ ନିର୍ଦ୍ଦେଶକ କରଣ ଜୋହର ଶୀତ ରାତିରେ ନାଇଟ ଆଉଟ୍ କରିବା ସମୟର କିଛି ଫଟୋ ସୋସିଆଲ ମିଡିଆରେ ଶେୟାର କରିଥିଲେ । ଏଥିରେ ରଣବୀର ସିଂ, ଆଲିଆ ଭଟ୍ଟଙ୍କ ସହ କରଣ ଜୋହର ବି ନଜର ଆସିଥିଲେ । ଫଟୋର କ୍ୟାପଶନରେ କରନ ଲେଖିଥିଲେ ‘ରକି ଔର ରାନି କି ପ୍ରେମ କାହାନି’ଓ ନାଇଟଆଉଟ ଶୁଟ୍‌ର ୫୬ତମ ଦିନ ।

Share