ଆଲିଆ ଶ୍ରେଷ୍ଠ ଅଭିନେତ୍ରୀ

ମୁମ୍ବାଇ, ୨୧।୨: ମୁମ୍ବାଇର ତାଜ୍‌ ଲାଣ୍ଡସ୍‌ ଏଣ୍ଡରେ ସୋମବାର ଅନୁଷ୍ଠିତ ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ହିନ୍ଦୀ ଫିଲ୍ମ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କୁ ଶ୍ରେଷ୍ଠ ଅଭିନେତ୍ରୀ ସମ୍ମାନ ପ୍ରଦାନ କରାଯାଇଛି। ୨୦୨୨ରେ ରିଲିଜ୍‌ ହୋଇଥିବା ଫିଲ୍ମ ‘ଗଙ୍ଗୁବାଈ କାଥିଆଓ୍ବାଡି’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରିବା ନେଇ ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଛି। ଏହାର ନିର୍ଦ୍ଦେଶନା ସଞ୍ଜୟ ଲିଲା ବଂଶାଲୀ ଦେଇଥିଲେ। ଅନ୍ୟପକ୍ଷେ ବଲିଉଡ୍‌ ଫିଲ୍ମ ‘ଶିବା’ର ପ୍ରଥମ ସଂସ୍କରଣ ପାଇଁ ସ୍ବାମୀ ରଣବୀର କପୁରଙ୍କୁ ଶ୍ରେଷ୍ଠ ଅଭିନେତା ସମ୍ମାନରେ ସମ୍ମାନିତ କରାଯାଇଛି। ସେହିପରି ୮୦ ଦଶକର ଲୋକପ୍ରିୟ ଅଭିନେତ୍ରୀ ରେଖାଙ୍କୁ ‘ଆଉଟ୍‌ଷ୍ଟାଣ୍ଡିଂ କଣ୍ଟ୍ରିବ୍ୟୁଶନ୍‌ ଇନ୍‌ ଦ ଫିଲ୍ମ ଇଣ୍ଡଷ୍ଟ୍ରି’ କାଟେଗୋରିରେ ସମ୍ମାନିତ କରାଯାଇଛି। ଦାଦା ସାହେବ ଫାଲକେ ଇଣ୍ଟରନ୍ୟାଶନାଲ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ୍‌ ଜଗତର ବହୁ କଳାକାର ଯୋଗ ଦେଇଥିଲେ।

Share