ସୋମନାଥ ଦର୍ଶନ ପାଇଁ ପହଞ୍ଚିଲେ ଆଲିଆ-ରଣବୀର

ମୁମ୍ବାଇ: ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ବକ୍ସ ଅଫିସରେ ବହୁତ ଭଲ ପ୍ରଦର୍ଶନ କରୁଛି। ଏହି ଫିଲ୍ମ ଏପର୍ଯ୍ୟନ୍ତ ୧୬୪.୨୦ କୋଟି ଟଙ୍କା ରୋଜଗାର କରିସାରିଲାଣି। ଏଭଳି ପରିସ୍ଥିତିରେ ଫିଲ୍ମର ପୂରା ଷ୍ଟାର କାଷ୍ଟ ବହୁତ ଖୁସି ଅଛନ୍ତି।

ବ୍ରହ୍ମାସ୍ତ୍ରର ସଫଳତା ପରେ ନିର୍ଦ୍ଦେଶକ ଆୟନ ମୁଖାର୍ଜୀ ରଣବୀର  ଏବଂ ଆଲିଆଙ୍କ ସହ ପ୍ରଭୁ ସୋମନାଥଙ୍କ ଦର୍ଶନ ପାଇଁ ଯାଇଛନ୍ତି। ସେଠାରେ ତିନିଜଣ ଏକାଠି ଶିବଙ୍କଠାରେ ଜଳାଭିଷେକ କରିବେ। ଗୁରୁବାର ସକାଳେ ରଣବୀର ଏବଂ ଆଲିଆଙ୍କୁ ଘରୋଇ ବିମାନବନ୍ଦରରେ ଦେଖିବାକୁ ମିଳିଥିଲା।

ଏହି ସମୟରେ ଉଭୟଙ୍କୁ ଦେଶୀ ଲୁକ୍‌ରେ ଦେଖିବାକୁ ମିଳିଥିଲା। ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ଆଲିଆ ଏକ ଲାଲ ରଙ୍ଗର ଆଙ୍କାଲି ଶୁଟ୍‌ରେ ନଜର ଆସିଛନ୍ତି। ରଣବୀର ଧଳା କୁର୍ତ୍ତା-ପାଇଜାମାରେ ବହୁତ ସୁନ୍ଦର ଦେଖାଯାଉଛନ୍ତି। ଏଥିସହ ସେ ନେହେରୁ ଜ୍ୟାକେଟ ପିନ୍ଧିଛନ୍ତି। ଏହି ଫଟୋ ଫଟୋଗ୍ରାଫର ଭାଇରାଲ ଭୟାନୀ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଛନ୍ତି।

 

ସେହିପରି ଗତ ସପ୍ତାହରେ ରଣବୀର ଏବଂ ଆଲିଆ ଉଜୈନର ମହାକଲେଶ୍ୱର ମନ୍ଦିରରେ ପହଞ୍ଚିଥିଲେ। ଏହି ସମୟରେ ବଜରଙ୍ଗ ଦଳର କର୍ମୀମାନେ ତାଙ୍କୁ ମନ୍ଦିର ଦର୍ଶନରୁ ବାରଣ କରିଥିଲେ। କାରଣ ରଣବୀରଙ୍କ ସାକ୍ଷାତକାରର ଏକ ଅଂଶ ଅତୀତରେ ଭାଇରାଲ ହୋଇଥିଲା। ଭିଡିଓରେ ସେ କହୁଛନ୍ତି, ସେ ଗୋମାଂସ ଖାଇବାକୁ ପସନ୍ଦ କରନ୍ତି। ଏହାକୁ ନେଇ ବିବାଦ ଉପୁଜିଥିଲା।

ପ୍ରେକ୍ଷାଳୟରେ ଫିଲ୍ମ ‘ବ୍ରହ୍ମାସ୍ତ୍ର’ ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡରେ ମୁକ୍ତିଲାଭ କରିଛି। ଏହାର ନିର୍ଦ୍ଦେଶନା ଦେଇଛନ୍ତି ଆୟନ ମୁଖାର୍ଜୀ। ଚିରଞ୍ଜୀବୀ ବ୍ରହ୍ମାସ୍ତ୍ରର ତେଲୁଗୁ ଟ୍ରେଲରକୁ ସ୍ବର ଦେଇଥିଲେ। ଏହି ଫିଲ୍ମ ଦେଶ ତଥା ବିଦେଶରେ ମଧ୍ୟ ବେଶ୍‌ ଭଲ ରୋଜଗାର କରିଛି।

Share