କଥା ରଖିବେ କି ଆଲିଆ

ମୁମ୍ବାଇ: ବଲିଉଡ ନାୟିକା ଆଲିଆ ଭଟ୍ଟ ଓ ରଣବୀର କପୁର ଏକ କନ୍ୟା ସନ୍ତାନର ପ୍ୟାରେଣ୍ଟସ୍ ହୋଇଯାଇଛନ୍ତି । ରବିବାର ଆଲିଆ ଏକ କନ୍ୟା ସନ୍ତାନ ପ୍ରସବ କରିବା ପରେ କପୁର ଓ ଭଟ୍ଟ ପରିବାରରେ ଖୁସିର ଲହରି ଖେଳି ଯାଇଛି । କେବଳ ସେତିକି ନୁହେଁ ଏହି ଖବରକୁ ନେଇ ଆଲିଆ ଓ ରଣବୀରଙ୍କ ପ୍ରଶଂସକମାନେ ବି ବେଶ ଖୁସି ହୋଇଛନ୍ତି । ଏବେ ତାଙ୍କ ପ୍ରଶଂସକଙ୍କ ମନରେ ପ୍ରଶ୍ନ ଉଠିଯେ ଏମାନେ ତାଙ୍କ ଝିଅର ନାମ କ’ଣ ରଖିବେ । ତେବେ ଝିଅର ନାକ କ’ଣ ରଖିବେ ପୂର୍ବରୁ ଥରେ ଆଲିଆ ଏସମ୍ପର୍କରେ କଥା ହୋଇଥିବାରୁ ଏବେ ସେହି ନାଁକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଏହାସହ ଏବେ ସୋସିଆଲ ମିଡିଆରେ ଆଲିଆଙ୍କର କିଛି ଫଟୋ ଓ ଭିଡିଓ ବି ଭାଇରାଲ ହେବାରେ ଲାଗିଛି । ୟୂଜର୍ସ ଏହି କପୁଲଙ୍କ ପ୍ୟାରେଣ୍ଟସ୍ ହେବା ଖୁସିରେ ଶୁଭେଚ୍ଛା ଜଣାଉଛନ୍ତି ।
ସୂଚନାଯୋଗ୍ୟ, ୨୦୧୯ରେ ଫିଲ୍ମ ‘ଗଲି ବୟ’ର ପ୍ରମୋଶନ ପାଇଁ ଆଲିଆ ପହଞ୍ଚିଥିଲେ ଟେଲିଭିଜନର ପପୁଲାର ଡ୍ୟାନସ ରିୟଲିଟି ଶୋ’ ‘ସୁପର ଡ୍ୟାନ୍ସର ସିଜନ ୩’ରେ । ଶେୟାର ହୋଇଥିବା ଭିଡିଓରେ ଦେଖିବାକୁ ମିଳିଛି କି ଏହି ଶୋ’ରେ ଜଣେ କୁନି କଣ୍ଟେଷ୍ଟାଣ୍ଟ ଷ୍ଟେଜ ଉପରକୁ ଆସୁଛନ୍ତି ଆଉ ଆଲିଆ ତାଙ୍କୁ ତାଙ୍କ ନାଁ ପଚାରୁଛନ୍ତି । ଏହି ସମୟରେ ସେ ଆଲିଆଙ୍କ ନାଁର ସ୍ପେଲିଙ୍ଗ କହୁଛନ୍ତି ‘ଏଏଲଏମଏଏ’ ଅର୍ଥାତ୍ ଅଲମା । ଏହି ସ୍ପେଲିଙ୍ଗ ଶୁଣି ସେଠାରେ ଥିବା ସମସ୍ତ ଦର୍ଶକେ ହସି ଉଠିଛନ୍ତି । ହେଲେ ଅଲିଆ କହୁଛନ୍ତି ମୋ ଝିଅର ନାଁ ମୁଁ ‘ଆଲମା’ ରଖିବି ।
ଏବେ ଏହି ଭିଡିଓକୁ ନେଇ ଚର୍ଚ୍ଚା ହେଉଛି । କୁହାଯାଉଛି କି କଥା ରଖିବେ ତ ଆଲିଆ । ଅର୍ଥାତ୍ ଆଲିଆ କ’ଣ ସତରେ ତାଙ୍କ ଝିଅର ନାମ ଆଲମା ରଖିବେ ।

Share