ଏହି ଦିନ ବିବାହ ବନ୍ଧନରେ ବାନ୍ଧି ହେବେ ରଣବୀର-ଆଲିଆ

ଫିଲ୍ମ ‘ଗଙ୍ଗୁବାଇ କାଠିଆୱାଡି ’ନେଇ ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ବର୍ତ୍ତମାନ ଚର୍ଚ୍ଚାରେ ଥିବା ବେଳେ ବର୍ତ୍ତମାନ ପ୍ରେମିକ ରଣବୀର କପୁରଙ୍କ ସହ ତାଙ୍କ ବିବାହକୁ ନେଇ କାଉଣ୍ଟଡାଉନ୍‌ ଆରମ୍ଭ ହୋଇଯାଇଛି। ଏହି ଖବର ଶୁଣିବା ମାତ୍ରେ ପ୍ରଶଂସକମାନେ ଉତ୍ସାହର ସହିତ ସେମାନଙ୍କ ବିବାହକୁ ଅପେକ୍ଷା କରି ରହିଛନ୍ତି । ଏଯାବତ୍‌ ଉଭୟଙ୍କ ପକ୍ଷରୁ କୌଣସି ପ୍ରକାରର ଅଫିସିଆଲ ଘୋଷଣା ହୋଇ ନ ଥିଲେ ହେଁ ଦୁହିଁଙ୍କ ବିବାହ ତାରିଖ ନିଶ୍ଚିତ ହୋଇଥିବା ଖବର ସାମ୍ନାକୁ ଆସିଛି।
ପୂର୍ବରୁ କୁହାଯାଉଥିଲା କି ଉଭୟ ଡିସେମ୍ବର ୨୦୨୨ରେ ବିବାହ କରିବେ। କିନ୍ତୁ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି କି ଅକ୍ଟୋବର ୨୦୨୨ରେ ରଣବୀର-ଆଲିଆ ବିବାହ ବନ୍ଧନରେ ବାନ୍ଧିହେବେ । ପୁଣି କପୁର ଏବଂ ଭଟ୍ଟ ପରିବାର ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । ତେବେ ଆଲିଆ ଏବଂ ରଣବୀରଙ୍କ ବିବାହକୁ ନେଇ ତାରିଖ କାହିଁକି ଆଗ ପଛ ହେଉଛି ତାହା ପଛରେ କି କାରଣ ରହିଛି ତାହା ଜଣାପଡ଼ୁନାହିଁ।

Share