ସୋସିଆଲ ମିଡିଆରେ ହଟ୍‌ ଫଟୋ ଶେୟାର କଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରିଛନ୍ତି। ଯାହା ଖୁବ୍‌ ଭାଇରାଲ ହେଉଛି। ଆଲିଆ ତାଙ୍କ ଇନ୍‌ଷ୍ଟାଗ୍ରାମରେ ଶେୟାର କରିଥିବା ଫଟୋରେ ସେ ଏକ ବାଲକୋନିରେ ଠିଆ ହୋଇଥିବା ନଜର ଆସିଛନ୍ତି। ସେ ଲାଭେଣ୍ଡରର ବ୍ରାଲେଟ୍‌ ଏବଂ ଡେନିମ୍ସ ଡ୍ରେସ ପିନ୍ଧି ଖୁବ୍‌ ସୁନ୍ଦର ଦେଖାଯାଉଛନ୍ତି।

ଫଟୋ ଶେୟାର କରି ସେ କ୍ୟାପଶନ ଲେଖିଛନ୍ତି, ‘ ଓ ରୋମିଓ, ମେରା ସନଟ୍ୟାନ୍‌ ଲୋଶନ କହାଁ’। ଆଲିଆ ଏହି ଫଟୋ ମାଧ୍ୟମରେ ପ୍ରଶଂସକମାନଙ୍କର ମନୋରଞ୍ଜନ କରୁଛନ୍ତି। ପ୍ରଶଂସକମାନେ ଆଲିଆଙ୍କ ଫଟୋକୁ ଖୁବ୍‌ ପସନ୍ଦ କରିଛନ୍ତି।

Share