ଝିଅର ପ୍ରଥମ ଝଲକ୍‌ ଦେଖାଇଲେ ଆଲିଆ

ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଏବଂ ଅଭିନେତା ରଣବୀର କପୁରଙ୍କ ଝିଅ ରାହା ବର୍ଷକର ହୋଇଛନ୍ତି। ଏହି ଅବସରରେ ଆଲିଆ ପ୍ରଶଂସକଙ୍କୁ ଝିଅର ପ୍ରଥମ ଝଲକ୍‌ ଦେଖାଇଛନ୍ତି। ଇନ୍‌ଷ୍ଟାଗ୍ରାମରେ ରାହାଙ୍କ କିଛି ଫଟୋ ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି ଆଲିଆ। ପ୍ରଥମ ଫଟୋରେ ରାହା ଦୁଇ ହାତ କେକ୍‌ ଉପରେ ରଖିଛନ୍ତି। ଦ୍ୱିତୀୟ ଫଟୋରେ ସେ ବାପା-ମା’ଙ୍କ ସହ ହାତରେ ଫୁଲ ଧରିଥିବା ଦେଖାଯାଇଛି। ଯଦିଓ ଫଟୋ ଆଲିଆ ଝିଅର ମୁହଁ ଦେଖାଇନାହାନ୍ତି, କିନ୍ତୁ ତାଙ୍କ କୁନି କୁନି ହାତ ପ୍ରଶଂସକଙ୍କୁ ଦେଖାଇଛନ୍ତି। ଫଟୋ ଶେୟାର କରି ଆଲିଆ ଲେଖିଛନ୍ତି,ଆମର ଖୁସି, ଆମର ଜୀବନ..ଆମର ଆଲୋକ। କାଲି ଭଳି ଲାଗୁଛି, ଯେତେବେଳେ ତୁମେ ପେଟରେ ଖେଳୁଥିଲ ଆମେ ତୁମ ପାଇଁ ଗୀତ ବଜାଉ ଥିଲୁ। କହିବାକୁ କିଛି ନାହିଁ, କେବଳ ଏତିକି ତୁମକୁ ପାଇଁ ଆମେ ଜୀବନରେ ଧନ୍ୟ ହୋଇଛୁ।
ଆଲିଆ-ରଣବୀର ୨୦୨୨ ଏପ୍ରିଲ ୧୪ରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। ନଭେମ୍ବର ୬,୨୦୨୨ରେ ରାହା ଜନ୍ମ ହୋଇଥିଲେ।

 

Share