ସ୍ବାମୀ ରଣବୀରଙ୍କୁ ନୁହେଁ, ଏହି କଳାକାରଙ୍କୁ ପ୍ରଥମେ ଗର୍ଭଧାରଣ ଖବର ଜଣାଇଥିଲେ ଆଲିଆ

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କର ଦମ୍‌ଦାର ଅଭିନୟ ପାଇଁ ବେଶ୍‌ ପ୍ରସିଦ୍ଧ। ନିକଟରେ ଆଲିଆ ଫିଲ୍ମ ‘ରକି ଔର୍‌ ରାନୀ କି ପ୍ରେମ କହାନୀ’ ଜରିଆରେ ପ୍ରଶଂସକଙ୍କର ଖୁବ୍‌ ମନୋରଞ୍ଜନ କରିଛନ୍ତି।

ଗତ ବର୍ଷ ରଣବୀର କପୁରଙ୍କୁ ବିବାହ କରିବା ପରେ ଆଲିଆ ନଭେମ୍ବର ୬ରେ ଝିଅ ରାହାଙ୍କୁ ଜନ୍ମ ଦେଇଥିଲେ। କିନ୍ତୁ ଆପଣ ଜାଣନ୍ତି କି ଅଭିନେତ୍ରୀ ପ୍ରଥମେ ତାଙ୍କ ଗର୍ଭଧାରଣର ଖୁସି ଖବର କାହାକୁ ଜଣାଇଥିଲେ। ଯଦି ନା ତେବେ ଜାଣନ୍ତୁ ଏ ସମ୍ପର୍କରେ…

ଯେତେବେଳେ ଆଲିଆ ତାଙ୍କ ଗର୍ଭଧାରଣ ବିଷୟରେ ଜାଣିଲେ ସେ ହଲିଉଡ ଫିଲ୍ମ ‘ହାର୍ଟ ଅଫ୍‌ ଷ୍ଟୋନ’ର ଶୁଟିଂରେ ବ୍ୟସ୍ତ ଥିଲେ। ସେ ଏ ବିଷୟରେ କାହାକୁ ଜଣାଇ ନ ଥିଲେ କିନ୍ତୁ ପରେ ଆଲିଆ ତାଙ୍କ ସହ-କଳାକାର ଓ୍ବାଣ୍ଡର୍‌ ଓ୍ବମେନ୍‌ ଫେମ୍‌ ଗାଲ୍‌ ଗାଡୋଟ୍‌ଙ୍କୁ ଜଣାଇଥିଲେ। ରିପୋର୍ଟ ଅନୁଯାୟୀ, ଆଲିଆ କହିଛନ୍ତି- ପ୍ରଥମ ୩ ମାସ ପର୍ଯ୍ୟନ୍ତ ଗର୍ଭଧାରଣ ବିଷୟରେ କାହାକୁ କୁହନ୍ତି ନାହିଁ, କିନ୍ତୁ ମୁଁ ଗାଲ୍‌ ଗାଡୋଟ୍‌ଙ୍କ ଉପରେ ବିଶ୍ୱାସ କରିଥିଲି।

ଯେତେବେଳେ ମୁଁ ଗାଡୋଟ୍‌ଙ୍କୁ ଗର୍ଭଧାରଣ ଖବର ଦେଲି ସେ ଏତେ ଉତ୍ସାହିତ ଏବଂ ଖୁସି ଥିଲେ। ଏହା ପରେ ସେ ମୋର ଯତ୍ନ ନେଇଥିଲେ। ମୋତେ ହାଇଡ୍ରେଟ ରହିବାକୁ ଟିପ୍ସ ଦେଇଥିଲେ, ଯାହା ବହୁତ ସାହାଯ୍ୟ କରିଥିଲା। ଏହା ବ୍ୟତୀତ ଫିଲ୍ମ ନିର୍ମାତା ତଥା ନିର୍ଦ୍ଦେଶକ ଟମ୍‌ ହାରପର୍‌ ମୋ ଗର୍ଭଧାରଣ ବିଷୟରେ ଜାଣିବା ମଧ୍ୟ ଆବଶ୍ୟକ ଥିଲା। ସମସ୍ତେ ମୋତେ ବହୁତ ଭଲ ସମର୍ଥନ କରିଥିଲେ ଏବଂ ଏହା ମୋତେ ଆରାମଦାୟକ ଅନୁଭବ କରିଥିଲା ବୋଲି ଆଲିଆ କହିଛନ୍ତି।

Share