ଜୁନିୟର ଏନ୍‌ଟିଆରଙ୍କ ସହ କାମ କରିବେ ଆଲିଆ

ମୁମ୍ବାଇ: ନିର୍ଦ୍ଦେଶକ ଏସ୍‌ ଏସ୍‌ ରାଜାମୌଲିଙ୍କ ଆଗାମୀ ଫିଲ୍ମ ‘ଆର୍‌ଆର୍‌୍‌ଆର’୍‌ ରିଲିଜକୁ ନେଇ ଆଲିଆ ଭଟ୍ଟ ବହୁତ ଖୁସି ଅଛନ୍ତି। ଏହି ଅଭିନେତ୍ରୀ ଏବେ ଆଉ ଏକ ତେଲୁଗୁ ଫିଲ୍ମରେ ଦସ୍ତଖତ କରିଛନ୍ତି। ତେବେ ଆଲିଆ ନିର୍ଦ୍ଦେଶକ କୋରାଟାଲା ସିବାଙ୍କ ଆଗାମୀ ଫିଲ୍ମରେ ‘ଆର୍‌ଆର୍‌୍‌ଆର୍‌’ର କୋ-ଷ୍ଟାର୍‌ ଜୁନିୟର ଏନ୍‌ଟିଆରଙ୍କ ସହ କାମ କରିବେ ବୋଲି ଜଣାପଡିଛି। ଏହି ଫିଲ୍ମର ଶୁଟିଂ ମାର୍ଚ୍ଚ କିମ୍ବା ଏପ୍ରିଲ ଆରମ୍ଭ ହେବ। ଆଲିଆ ଏକ ସାକ୍ଷାତକାରରେ ଏସ୍‌ ଏସ୍‌ ରାଜାମୌଲିଙ୍କ ସହ କାମ କରିବାକୁ ଇଚ୍ଛା ପ୍ରକାଶ କରିଥିଲେ। ଏପରିକି ତାଙ୍କ ଫିଲ୍ମରେ ଛୋଟ ରୋଲ ଦେବାକୁ ଅନେକ ଥର ଅନୁରୋଧ କରିବାକୁ ପଡିଥିଲା ବୋଲି କହନ୍ତି ଆଲିଆ। ଫିଲ୍ମର ପ୍ରମୋଶନ ବେଳେ ଆଲିଆ କହିଥିଲେ ଯେ,
ସେ ତେଲୁଗୁ ଫିଲ୍ମରେ ସାଇନ୍‌ କରିବାକୁ ପସନ୍ଦ କରିବେ। ବର୍ତ୍ତମାନ ଅଭିନେତ୍ରୀ ତାଙ୍କ ପ୍ରତିଶ୍ରୁତି ପାଳନ କରିଥିବା ଜଣାପଡିଛି। ନିର୍ଦ୍ଦେଶକ କୋରାଟାଲା ସିବାଙ୍କ ଆଗାମୀ ଫିଲ୍ମରେ ଜୁନିୟର ଏନ୍‌ଟିଆରଙ୍କ ସହିତ କାମ କରିବାକୁ ଅପେକ୍ଷା କରିଛି ବୋଲି ସେ କହିଛନ୍ତି।

Share