ଏହିଦିନ ମା’ ହେବାକୁ ଯାଉଛନ୍ତି ଆଲିଆ

ମୁମ୍ବାଇ; ବଲିଉଡ ବିୟୁଟି ଆଲିଆ ଭଟ୍ଟ ଏବେ ତାଙ୍କ ଜୀବନର ସବୁଠାରୁ ସୁନ୍ଦର ସମୟ ଅତିବାହିତ କରୁଛନ୍ତି । କାରଣ ଆଲିଆ ମାଆ ହେବାକୁ ଯାଉଛନ୍ତି । ଏହି ନୂଆ ଜର୍ଣ୍ଣିକୁ ନେଇ ଆଲିଆ ଓ ପତି ରଣବୀର କପୁର ବେଶ ଖୁସି ଅଛନ୍ତି । ଆଲିଆଙ୍କ ପ୍ରେଗ୍ନେସିକୁ ନେଇ ସବୁଦିନ କିଛି ନା କିଛି ଖବର ସାମ୍ନାକୁ ଆସୁଛି । ଏବେ ତାଙ୍କ ଡେଲିଭରିର ଡ୍ୟୁ ଡେଟ ସାମ୍ନାକୁ ଆସିଛି । ଯଦିଓ ତାରିଖ ସମ୍ପର୍କରେ ସେମିତି କିଛି ସ୍ପଷ୍ଟ ସୂଚନା ମିଳିନାହିଁ ତଥାପି ଆଲିଆ ନଭେମ୍ବରରେ ମାଆ ହେବାକୁ ଯାଉଥିବା କୁହାଯାଉଛି । ତେବେ ତାରିଖ କଥା ଯଦି କହିବା ଆଲିଆ ୨୦-୩୦ ନଭେମ୍ବର ଭିତରେ ମାଆ ହୋଇ ପାରନ୍ତି ବୋଲି କୁହାଯାଉଛି ।

ଅନ୍ୟପଟେ କୁହାଯାଉଛି କି ଆଲିଆଙ୍କ ଡେଲିଭରି ତାଙ୍କ ଭଉଣୀ ସାହିନଙ୍କ ଜନ୍ମଦିନ ପାଖାପାଖି କରାଯାଇପାରେ । ଅର୍ଥାତ ୨୮ ନଭେମ୍ବର ସାହିନଙ୍କ ଜନ୍ମଦିନ ହୋଇଥିବାରୁ ଏହି ନିକଟରେ କଲେ ପରିବାର ଲୋକେ ଗୋଟିଏ ପାର୍ଟିରେ ଦୁଇଟି ସେଲିବ୍ରେଶନ ମନାଇବେ ବୋଲି କୁହାଯାଉଛି । ଆଲିଆ ତାଙ୍କ ଡେଲିଭରି ପାଇଁ ମୁମ୍ବାଇର ଏଚ ଏନ ରିଲାଏନ୍ସ ହସ୍ପିଟାଲରେ ଡେଟ ବୁକ କରି ସାରିଛନ୍ତି । ଏହି ହସ୍ପିଟାଲରେ ରଣବୀରଙ୍କ ପିତା ଋଷି କପୁରଙ୍କର ଚିକିତ୍ସା ଚାଲିଥିଲା ।
ସୂଚନାଯୋଗ୍ୟ, ଆଲିଆ ଭଟ୍ଟ ଓ ରଣବୀର କପୁର ଚଳିତ ବର୍ଷ ୧୪ ଏପ୍ରିଲରେ ବିବାହ କରିଥିଲେ । ଜୁନରେ ଅଭିନେତ୍ରୀ ମାଆ ହେବାକୁ ଯାଉଥିବାର ଖୁସି ଖବର ଶେୟାର କରିଥିଲେ । ଏହା ଶୁଣି ପ୍ରଶଂସକ ଚମକି ପଡିଥିଲେ । କାରଣ ବିବାହର ୩ ମାସ ଭିତରେ ଆଲିଆ ମାଆ ହେବା କଥା କହିଥିଲେ ।

Share