ଆଲିୟାଙ୍କ ଆକଳନ

କଥାରେ ଅଛି ଅପେକ୍ଷାର ଫଳ ମିଠା। ହେଲେ ଅପେକ୍ଷା କରିବାକୁ ଧୈର୍ଯ୍ୟର ଆବଶ୍ୟକତା ରହିଛି। ତେବେ ଏଥିପାଇଁ ମନ ଦୁଃଖ କରୁନାହାନ୍ତି ମହେଶ ତନୟା ଆଲିୟା ଭଟ୍ଟ। କାରଣ ତାଙ୍କ ଅଭିନୀତ ବିଗ୍‌ ବଜେଟ ଫିଲ୍ମ ‘ଆର୍‌ଆର୍‌ଆର୍‌’ ଆସନ୍ତା ବର୍ଷ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମଟି ଜାନୁୟାରୀ ୭ରେ ପରଦା ଉପରକୁ ଆସିବାର ଯୋଜନା ରହିଛି। ପୁଣି ଓଟିଟି ଫର୍ମାଟରେ ନୁହେଁ, ପ୍ରେକ୍ଷାଳୟରେ ହିଁ ଫିଲ୍ମଟି ରିଲିଜ ହେବ ବୋଲି ସୂଚନା ଦେଇଛନ୍ତି ଏହାର ନିର୍ଦ୍ଦେଶକ ଏସ.ଏସ. ରାଜମୌଲି। ୪୦୦ କୋଟି ବଜେଟରେ ପ୍ରସ୍ତୁତ ଏହି ଚିତ୍ରରେ ରାମ ଚରଣ, ଏନଟିଆର ଜୁନିୟର, ଅଜୟ ଦେବଗନ ଏବଂ ଆଲିୟା ଭଟ୍ଟ ଅଭିନୟ କରିଛନ୍ତି।

Share