ଆଲିଆଙ୍କ ଦୀପାବଳି ଲୁକ୍‌

ମୁମ୍ବାଇ: ଆଲୋକର ପର୍ବ ଦୀପାବଳି ଅବସରରେ ବଲିଉଡ୍‌ ଅଭିନେତ୍ରୀମାନେ କିଏ କ’ଣ କେମିତି ଡ୍ରେସ୍‌ ଗହଣା ପିନ୍ଧି ସୁନ୍ଦର ଦିଶିବେ ସେ ନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏମାନଙ୍କ ମଧ୍ୟରୁ ଆଲିଆ ଭଟ୍ଟ ହେଉଛନ୍ତି ଅନ୍ୟତମ। ଆଲିଆ ଦୀପାବଳି ଉପଲକ୍ଷେ ଏକ ଲାଇଟ୍‌ ପିଙ୍କ୍‌ କଲରର ଲେହେଙ୍ଗା ପିନ୍ଧିଛନ୍ତି। ଗତବର୍ଷ ଏହି ଲେହେଙ୍ଗା ଆଲିଆ ପିନ୍ଧିଥିଲେ। ଏହି ଲେହେଙ୍ଗାକୁ ମ୍ୟାଚ୍‌ କରି ସିଲ୍‌ଭରର କାନଫୁଲ ପିନ୍ଧଛନ୍ତି। ଏଥିସହିତ ସେ ହାଲୁକା ମେକଅପ୍‌ ବି ନେଇଛନ୍ତି। ଏହି ଲାଇଟ୍‌ ମେକ୍‌ଅପ୍‌ରେ ସେ ଖୁବ୍‌ ସୁନ୍ଦର ଦିଶୁଛନ୍ତି। ସେହିପରି କିଆରା ଆଡଭାନୀ, ଜାହ୍ନବୀ କପୁର, ଶିଳ୍ପା ସେଟ୍ଟୀ ପ୍ରମୁଖ ଅଭିନେତ୍ରୀମାନେ ଦୀପାବଳି ଅବସରରେ ସଜେଇ ହୋଇଛନ୍ତି।

Share