ଆଲିଆଙ୍କ ଗୋଡ଼ ତଳେ ଲାଗୁନି

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଗୋଡ଼ ଆଉ ତଳେ ଲାଗୁନି। ଫିଲ୍ମ ‘ଗଙ୍ଗୁବାଇ କାଠିଆଓ୍ବାଡି’ ୧୦୦ କୋଟି ବ୍ୟବସାୟ କରିଛି। ଫିଲ୍ମ ହିଟ୍‌ ସାଙ୍ଗକୁ ବୟଫ୍ରେଣ୍ଡଙ୍କ ସହ ଆଗାମୀ ଫିଲ୍ମ ଅପେକ୍ଷାରେ ବି ରହିଛନ୍ତି ଆଲିଆ। ଏହି ଡବଲ ଖୁସିରେ ପ୍ରେମିକ ରଣବୀରଙ୍କ ସହ ଡିନର ଡେଟ୍‌ରେ ଯାଇଛନ୍ତି। ଯାହା ଫଟୋଗ୍ରାଫରଙ୍କ କ୍ୟାମେରାରେ କଏଦ ହୋଇଛି।

ଭିଡିଓରେ ଆଲିଆ ହ୍ବାଇଟ ଆଉଟଫିଟ୍‌ରେ ନଜର ଆସିଛନ୍ତି। ନିଜର ଡେଟ୍‌କୁ ନେଇ ସେ ମେକଅପ୍‌କୁ ସିମ୍ପଲ କରିଛନ୍ତି। ଏକ ଡେନିମ ଜ୍ୟାକେଟ ପିନ୍ଧିଛନ୍ତି। ସେହିପରି ରଣବୀର ପ୍ରେମିକାଙ୍କୁ ମ୍ୟାଚ କରି ବ୍ଲୁ ଶର୍ଟ ଏବଂ ହ୍ବାଇଟ୍‌ ଟ୍ରାଉଜର ପିନ୍ଧିଛନ୍ତି। କିନ୍ତୁ କ୍ୟାମେରା ସାମ୍ନାକୁ ଆସି ନ ଥିଲେ।

ଉଭୟେ ଆଜିକାଲି ସର୍ବସାଧାରଣ ସ୍ଥାନରେ ହାତ ଧରାଧରି ହୋଇ ବୁଲୁଛନ୍ତି। ନିଜ ପ୍ରେମକୁ ଖୋଲାଖୋଲି ଭାବରେ ପ୍ରକାଶ କରିବାକୁ ଟିକେ ବି ଦ୍ୱିଧା କରନ୍ତି ନାହିଁ ଉଭୟେ। ଆଲିଆଙ୍କ ସୋସିଆଲ ମିଡିଆ ପ୍ରେମିକଙ୍କ ଫଟୋରେ ପୂର୍ଣ୍ଣ। ପ୍ରଶଂସକମାନେ ମଧ୍ୟ ସେମାନଙ୍କର ପ୍ରିୟ ଅଭିନେତ୍ରୀଙ୍କୁ ମିଷ୍ଟର ପରଫେକ୍ଟଙ୍କ ସହିତ ଦେଖିବାକୁ ବେଶ୍‌ ଆଗ୍ରହୀ। ଡିନର ପାର୍ଟିରେ ଯାଇଥିବା ବେଳେ ଫଟୋଟି କଏଦ ହୋଇଛି।

Share