ମା’ ହେବା ପରେ ଆଲିଆଙ୍କ ଫିଟ୍‌ନେସ୍‌

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଆଲିଆ ଭଟ୍ଟ ଝିଅ ହେବାର ମାସକ ପରେ, ନିତିଦିନିଆ କାର୍ଯ୍ୟକୁ ଫେରିଛନ୍ତି। ବୁଧବାର ଆଲିଆଙ୍କୁ ସେଲିବ୍ରିଟି ଟ୍ରେନର ଅନୁଷ୍କାଙ୍କ ଯୋଗ ଘର ବାହାରେ ଦେଖିବାକୁ ମିଳିଥିଲା। ସୋସିଆଲ ମିଡିଆରେ ଆଲିଆଙ୍କ ଭିଡିଓ  ଭାଇରାଲ ହେବାରେ ଲାଗିଛି। ସମସ୍ତେ ତାଙ୍କ ଫିଟ୍‌ନେସ୍‌କୁ ପ୍ରଶଂସା କରୁଛନ୍ତି। ଆଲିଆଙ୍କୁ ଦେଖି ସମସ୍ତଙ୍କର କେବଳ ଗୋଟିଏ ପ୍ରଶ୍ନ, ସେ କିପରି ଶୀଘ୍ର ନିଜକୁ ସୁସ୍ଥ କଲେ।

ସେ କଳା ରଙ୍ଗର ଲେଗିଙ୍ଗ୍ସ ଏବଂ ଟି-ଶର୍ଟ ପିନ୍ଧିଥିବା ନଜର ଆସିଥିଲେ। ବିନା ମେକ୍‌ଅପ୍‌ରେ ଯାଇଥିଲେ। ଆଲିଆଙ୍କୁ ଏତେ ଫିଟ୍‌ ଦେଖି ୟୁଜରମାନେ ସୋସିଆଲ ମିଡିଆରେ ମନ୍ତବ୍ୟ ଦେଇଛନ୍ତି। ଜଣେ ଲେଖିଛନ୍ତି- ‘ଅପେକ୍ଷା କର? ମୋର ଏକ ଅନୁଭବ ଅଛି, ଏହା ଏକ ପୁରୁଣା ଭିଡିଓ। ସେ ଶୀଘ୍ର ଫର୍ମକୁ ଫେରୁଛନ୍ତି କି?

କହିରଖୁଛୁ ଆଲିଆ ତାଙ୍କ ଫିଟ୍‌ନେସ୍‌ ବିଷୟରେ ସବୁବେଳ ପାଇଁ ସଚେତନ ଅଛନ୍ତି। ସେ ଗର୍ଭଧାରଣ ସମୟରେ ଯୋଗ ଏବଂ ବ୍ୟାୟାମ କରି ନିଜର ଯତ୍ନ ନେଉଥିଲେ। ମା’ ହେବା ପରେ ଆଲିଆ ଦ୍ୱିତୀୟ ଥର ପାଇଁ ମିଡିଆ କ୍ୟାମେରା ସାମ୍ନାକୁ ଆସିଛନ୍ତି। ଏହାପୂର୍ବରୁ ସେ ଭଉଣୀ ଶାହିନ ଭଟ୍ଟଙ୍କ ଜନ୍ମଦିନ ଭୋଜିରେ ଯୋଗ ଦେଇଥିଲେ।

Share